ବାବୁଶାନଙ୍କ ପରି ଛାତ ଉପରକୁ ଆସି ହାତ ହଲାଇଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାବୁଶାନ ମହାନ୍ତିଙ୍କ ପରି ନିଜ ଘରର ଛାତ ଉପରକୁ ଆସିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଆଉ ଘର ସମ୍ମୁଖରେ ଥିବା ଠିଆ ହୋଇଥିବା ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ହାତ ହଲାଇଲେ ଏବଂ ନମସ୍କାର କଲେ। କହିଲେ, ସମୟ ଆସିଲେ ସବୁ କହିବି। ଥେଙ୍କ୍ ୟୁ ଆଜ୍ଞା….। ପ୍ରବଳ ଖରା ହେଉଛି… ପ୍ଲିଜ୍‌ ଆପଣମାନେ ପଳାଇ ଯାଆନ୍ତୁ। ଆପଣମାନେ ଆସିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ…। ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ମେଞ୍ଚା ମେଞ୍ଚା ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ।

ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ ଓଲିଉଡ୍‌ ନାୟକ ବାବୁଶାନ୍‌ ମହାନ୍ତି। ସେ ଚେନ୍ନାଇରୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲେ। ନିଜ ବାଲ୍‌କୋନିରେ ଛିଡ଼ା ହୋଇ ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନମସ୍କାର କରିଥିଲେ। ଆଉ କହିଥିଲେ, ଠିକ୍ ସମୟରେ ଠିକ୍ ଜିନିଷ କହିବି କହିଲେ ବାବୁସାନ। ବାବୁଶାନଙ୍କ ସହିତ ତାଙ୍କ ମାଆ ଅପରାଜିତା ମହାନ୍ତି ମଧ୍ୟ ବାଲ୍‌କୋନିକୁ ଆସିଥିବା ଦେଖିବାକୁ ମିଳିଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ବିବାଦରେ ଫସିଥିବା ବାବୁଶାନ୍‌ ଓ ପ୍ରକୃତି କହୁଛନ୍ତି ସମୟ ଆସିଲେ ସବୁ କହିବେ। ହେଲେ କେବେ ସେ ସମୟ ଆସିବ, ସେ ବିଷୟରେ ପଦୁଟିଏ କହୁନାହାନ୍ତି।

ଅନ୍ୟପକ୍ଷରେ ବାବୁଶାନ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ଭୁବନେଶ୍ୱର ସତ୍ୟନଗରରେ ଥିବା ତୃପ୍ତିଙ୍କ ଘରକୁ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି ଅଭିନେତା ରବି ମିଶ୍ର। ପରେ ସେ କହିଛନ୍ତି,  ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ଆଗରୁ ଚେନ୍ନାଇ ଯାଇ ବାବୁଶାନଙ୍କୁ ଆଣିଥିଲେ ରବି। ଉଭୟ ବାବୁଶାନ ଓ ତୃପ୍ତିଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।