ଧର୍ମେନ୍ଦ୍ରଙ୍କୁ ଘେରିଲେ ଓଡ଼ିଶା ଆଇଏଏସ୍‌ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ସଭାରେ ଜଣେ ଆଇଏଏସଙ୍କୁ ଟାର୍ଗେଟ କରିବା ଅଭିଯୋଗରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟରର ଉଦଘାଟନୀ ଅବସରରେ ଆଇଟି ସଚିବ ଅଶୋକ ମୀନାଙ୍କ ନାଁ ନେଇ ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନ […]

cmo

cmo

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 03:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ସଭାରେ ଜଣେ ଆଇଏଏସଙ୍କୁ ଟାର୍ଗେଟ କରିବା ଅଭିଯୋଗରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟରର ଉଦଘାଟନୀ ଅବସରରେ ଆଇଟି ସଚିବ ଅଶୋକ ମୀନାଙ୍କ ନାଁ ନେଇ ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ, ସେଥିପାଇଁ ଉପଯୁକ୍ତ ସ୍ତରରେ ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ଦାବି କରାଯାଇଛି।

ଗତକାଲି, ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟରର ଉଦଘାଟନୀ ଉତ୍ସବରେ ଯୋଗଦେଇ ଧର୍ମେନ୍ଦ୍ର କହିଥିଲେ,“ରାଜ୍ୟ ସରକାରଙ୍କୁ ଛାଡ଼ି କୌଣସି କାମ କରିହେବ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ, ଡିଜିଟାଲ୍ ମିଡ଼ିଆରେ ଜଣଙ୍କ ବଦଳରେ ଅନ୍ୟ ଜଣଙ୍କ ନାଁ ପୂରାଇ ଦିଆଯିବ। ମୀନା ସାହେବ୍, ଏମିତି କରନ୍ତୁ ନାହିଁ।”

ତେବେ ଏହାର ଜବାବରେ ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ କହିଛି,“ଓଡ଼ିଶା ଏବଂ ଦେଶର ଅନ୍ୟ ରାଜ୍ୟରେ ବରିଷ୍ଠ ରାଜନେତାଙ୍କ ଦ୍ୱାରା ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରାଯାଉଥିବା ଘଟଣା ନଜରକୁ ଆସୁଛି। ଏହା ସାମ୍ବିଧାନିକ ମୂଲ୍ୟବୋଧର ସିଧାସଳଖ ଅବମାନନା। ଏହାଦ୍ୱାରା ଅଫିସର୍ ଏବଂ କର୍ମଚାରୀଙ୍କ ମନୋବଳ ଉପରେ କୁପ୍ରଭାବ ପଡ଼ିବ ଓ ସେମାନେ ନିରୁତ୍ସାହିତ ହେବେ।”

ଏହାକୁ ନେଇ ବିଜେପିର କୌଣସି ପ୍ରତିକ୍ରିୟା ମିଳିନାହିଁ।  କିନ୍ତୁ କଂଗ୍ରେସ  ଓ ବିଜେଡ଼ି ପକ୍ଷରୁ ପ୍ରତିକ୍ରିୟା ମିଳିଛି। ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ନୁହେଁ ପୂର୍ବରୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଧମକଚମକ ଦେଇଛନ୍ତି। ଏହା ନିନ୍ଦନୀୟ। ବିଜୁ ଜନତା ଦଳ ଏହାକୁ ଦୃଢ଼ତାର ସହ ନିନ୍ଦା କରୁଛି।”

କଂଗ୍ରେସ ନେତା ନବ ଦାସ କହିଛନ୍ତି,“ଆମର ବିଧାୟକ,ସାଂସଦ ଓ ମନ୍ତ୍ରୀଙ୍କର ଏକ ପରିଧ ରହିଛି। ଯଦି ଏହି ଘଟଣା ସତ ହୋଇଥାଏ, ତାହା ଦୁର୍ଭାଗ୍ୟଜନକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story