ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ଆଇଏଏସ୍‌ ଅଫିସର ସଂଘ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛି ଆଇଏଏସ୍‌ ଅଫିସର ସଂଘ। ପାଣ୍ଡିଆନଙ୍କ ଘରକୁ ବିଜେପି କର୍ମୀଙ୍କ ଗୋବର ମାଡ଼ ପ୍ରସଙ୍ଗରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଗୃହ ସଚିବଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ସଂଘ ସମ୍ପାଦକ ବିଶାଲ ଦେବ ସୂଚନା ଦେଇଛନ୍ତି।

ପାଣ୍ଡିଆନଙ୍କ ଘରକୁ ଗତକାଲି ଗୋବର ମାଡ଼ ଘଟଣା ନେଇ ଆଜି ରାଜ୍ୟ ଆଇଏଏସ୍‌ ଅଫିସର ସଂଘର ଏକ ଜରୁରୀ ବୈଠକ ବସିଥିଲା। ବୈଠକ ପରେ ସଂଘ ପାଣ୍ଡିଆନଙ୍କ ସହ ରହିଛି ବୋଲି ବିଶାଲ ଦେବ ସୂଚନା ଦେଇଛନ୍ତି।