ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ଜେଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ(ଓଆରଏଚଡିସି) ଦୁର୍ନୀତି ମାମଲାରେ ଗତ ୪ଦିନ ତଳେ ହାଇକୋର୍ଟରୁ ଜାମିନ ପାଇଥିବା ଆଇଏଏସ୍ ବିନୋଦ କୁମାରଙ୍କୁ ଆଜି ଭୁବନେଶ୍ୱରସ୍ଥିତ ସ୍ପେଶାଲ ଭିଜିଲାନ୍ସ ଜଜ୍ କୋର୍ଟ ଆଉ ଏକ ଦୁର୍ନୀତି ମାମଲାରେ ଦଣ୍ଡିତ କରିଛନ୍ତି । ବିନୋଦ କୁମାରଙ୍କ ସମେତ ଓଆରଏଚଡିସିର ପୂର୍ବତନ ସହାୟକ ମ୍ୟାନେଜର ଏ ଆନନ୍ଦରାଓ ଓ ରାଜ୍ୟ ଶ୍ରମିକ ଓ ନିର୍ମାଣ ସମବାୟ ମହାସଂଘ ପରିଚାଳନା ନିର୍ଦ୍ଦେଶକ ରାଧାରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ୩ବର୍ଷ ଜେଲ ଦଣ୍ଡାଦେଶ ସହ […]

court verdict

court verdict

Ordigital Desk
  • Published: Monday, 31 October 2022
  • Updated: 31 October 2022, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ(ଓଆରଏଚଡିସି) ଦୁର୍ନୀତି ମାମଲାରେ ଗତ ୪ଦିନ ତଳେ ହାଇକୋର୍ଟରୁ ଜାମିନ ପାଇଥିବା ଆଇଏଏସ୍ ବିନୋଦ କୁମାରଙ୍କୁ ଆଜି ଭୁବନେଶ୍ୱରସ୍ଥିତ ସ୍ପେଶାଲ ଭିଜିଲାନ୍ସ ଜଜ୍ କୋର୍ଟ ଆଉ ଏକ ଦୁର୍ନୀତି ମାମଲାରେ ଦଣ୍ଡିତ କରିଛନ୍ତି । ବିନୋଦ କୁମାରଙ୍କ ସମେତ ଓଆରଏଚଡିସିର ପୂର୍ବତନ ସହାୟକ ମ୍ୟାନେଜର ଏ ଆନନ୍ଦରାଓ ଓ ରାଜ୍ୟ ଶ୍ରମିକ ଓ ନିର୍ମାଣ ସମବାୟ ମହାସଂଘ ପରିଚାଳନା ନିର୍ଦ୍ଦେଶକ ରାଧାରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ୩ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜୋରିମାନା ରୁଜୁ କରାଯାଇଛି ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଆରଏଚଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ବିନୋଦ କୁମାର, ଶ୍ରୀ ରାଓ ଓ ଶ୍ରୀ ପଟ୍ଟନାୟକଙ୍କୁ ବେଆଇନ ଭାବେ ରାଜ୍ୟ ଶ୍ରମିକ ଓ ନିର୍ମାଣ ସମବାୟ ମହାସଂଘର ୨୦ଜଣ କର୍ମଚାରୀଙ୍କୁ ଗୃହ ଋଣ ଆବଂଟନ କରିବା ମାମଲାରେ ଭିଜିଲାନ୍ସ କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଜାଲ ଦସ୍ତାବିଜ୍ ରଖି ଏହି ଋଣ ଅର୍ଥ ମଞ୍ଜୁର କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା । ଯଦି ଏହି ୩ଜଣ ଅଭିଯୁକ୍ତ ୫୦ହଜାର ଟଙ୍କା ଜୋରିମାନା ନଦେବେ ସେମାନଙ୍କୁ ଆଉ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଭିଜିଲାନ୍ସର ପୂର୍ବତନ ଡିଏସପି ବିଶ୍ୱନାଥ ମିଶ୍ର ଏହି ମାମଲାର ତଦନ୍ତ କରିଥିବାବେଳେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ଓକିଲ ଏଚକେ ସ୍ୱାଇଁଙ୍କ ଦ୍ୱାରା ଶୁଣାଣି ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୨୯ତାରିଖରେ ଭିଜିଲାନ୍ସ କୋର୍ଟ ଓଏଚଆରଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କ ସମେତ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଲଡର ପୀୟୁଷ ମହାନ୍ତି ଓ ସ୍ୱସ୍ତିରଞ୍ଜନ ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହି ଦଣ୍ଡାଦେଶ ଉପରେ ହାଇକୋର୍ଟ ପରବର୍ତ୍ତୀ ସମୟରେ ରହିତାଦେଶ ଜାରି କରିଥିଲେ ।

ସୂଚନାଯୋଗ୍ୟ, ଓଏଚଆରଡିସି ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କ ବିରୁଦ୍ଧରେ ରାଜ୍ୟ ସରକାର ମୋଟ ୨୭ଟି ଭିଜିଲାନ୍ସ ମାମଲା ରୁଜୁ କରିଥିବାବେଳେ ସେଥିରୁ ୨ଟିରେ ସେ ଦଣ୍ଡିତ ହୋଇସାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos