ଆଇଏଏସ ତାରା ଦତ୍ତଙ୍କ ବିରୋଧରେ ମହିଳା କମିଶନରେ ଅଭିଯୋଗ ଆଣିଲେ ପତ୍ନୀ ଇନ୍ଦୁଲତା

ଭୁବନେଶ୍ୱର: ଆଇଏଏସ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା ଦାସ । ମହିଳା କମିଶନ ଅଧ୍ୟକ୍ଷା ଲୋକମୁଦ୍ରା ବକ୍ସିପାତ୍ରଙ୍କୁ ଇନ୍ଦୁଲତା ଭେଟି ସ୍ୱାମୀଙ୍କର ଅନ୍ୟ ସହ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପାରିବାରିକ ସମସ୍ୟା ଥିଲା । ନ୍ୟାୟ ପାଇଁ ମହିଳା କମିଶନଙ୍କ ପାଖକୁ ଆସିଛି । ଅପରାଧ ପ୍ରମାଣିତ ହେଲେ ସେ ଦଣ୍ଡ ପାଇବା ଉଚିତ । ଯଦି ସେ ନିର୍ଦ୍ଦୋଶ ତେବେ ତାହା ପ୍ରମାଣିତ ହେବା ଦରକାର ବୋଲି ବୋଲି ଇନ୍ଦୁଲତା କହିଛନ୍ତି ।