କଟକ: ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ମାମଲାରେ ଆଉ ୨୮ ଜଣଙ୍କୁ ସୁଡିଏ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏ ନେଇ ସିଡିଏ ଉପାଧ୍ୟକ୍ଷ ପ୍ରତାପ ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ୩୦ ଜଣଙ୍କୁ ନୋଟିସ୍ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୫୮ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ସେହିପରି ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ମାମଲାରେ ମୋଟ ୧୯୧ ଜଣଙ୍କ ଫ।ଇଲ ସିଡିଏ କର୍ତ୍ତୃପକ୍ଷ ଭିଜିଲାନ୍ସକୁ ହସ୍ତାନ୍ତର କରିଛନ୍ତି । ପୂର୍ବରୁ ୧୬୭ ଜଣଙ୍କ ଫ।ଇଲ୍ ପଠାଯାଇଥିବା ବେଳେ ବୁଧବାର ଆଉ ୨୪ଜଣଙ୍କ ଫ।ଇଲ୍ ଭିଜିଲାନ୍ସ ନିକଟକୁ ପଠାଯାଇଛି ।