ଆଇସିଏସଇ ଓ ଆଇଏସସି ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର: କାଉନସିଲ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଓ ଆଇଏସସି-୨୦୧୬ ପାଇଁ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆଇସିଏସ୍ଇ ପରୀକ୍ଷା ଫେବୃଆରୀ ୨୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ। ସେହିପରି ଆଇଏସସି ପରୀକ୍ଷା ଫେବୃଆରୀ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ଯାଏଁ ଚାଲିବ। ଏଥିରେ ଫେବୃଆରୀ ୮ରୁ ଫେବୃଆରୀ ୨୦ ଯାଏଁ ପ୍ରାକ୍ଟିକାଲ୍ ପରୀକ୍ଷା ଥିବା ବେଳେ ଫେବୃଆରୀ ୨୨ରୁ ଏପ୍ରିଲ ୮ତାରିଖ ଯାଏଁ ଥିଓରି […]

school

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 04:28 AM IST

ଭୁବନେଶ୍ୱର: କାଉନସିଲ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଓ ଆଇଏସସି-୨୦୧୬ ପାଇଁ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆଇସିଏସ୍ଇ ପରୀକ୍ଷା ଫେବୃଆରୀ ୨୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ। ସେହିପରି ଆଇଏସସି ପରୀକ୍ଷା ଫେବୃଆରୀ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ଯାଏଁ ଚାଲିବ। ଏଥିରେ ଫେବୃଆରୀ ୮ରୁ ଫେବୃଆରୀ ୨୦ ଯାଏଁ ପ୍ରାକ୍ଟିକାଲ୍ ପରୀକ୍ଷା ଥିବା ବେଳେ ଫେବୃଆରୀ ୨୨ରୁ ଏପ୍ରିଲ ୮ତାରିଖ ଯାଏଁ ଥିଓରି ପରୀକ୍ଷା ରହିଛି। ସିଆଇଏସ୍ଇ ପକ୍ଷରୁ ଏଥର ଏଲ୍ଆଇସିଆର୍ ପଦ୍ଧତିରେ ଖାତା ମୂଲ୍ୟାୟନ କରାଯିବ। ମେ’ ମାସ ପ୍ରଥମ ସପ୍ତାହରେ ଉଭୟ ଆଇସିଏସ୍ଇ ଓ ଆଇଏସସି ପରୀକ୍ଷା ଫଳ ପ୍ରକାଶ ପାଇବ।

Related story