ଆଜି ଇଦ-ଉଲ-ଜୁହା; ଘରେ ରହି ହେବ ନମାଜ ପାଠ

ଭଦ୍ରକ(ପାର୍ଥସାରଥୀ ନାୟକ): କରୋନା କଟକଣା ଯୋଗୁଁ ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକରେ ସଂପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯିବ । ଅନ୍ୟ ପକ୍ଷରେ ଆଜିଠାରୁ ଭଦ୍ରକ ଜିଲ୍ଲା ୪୮ ଘଣ୍ଟିଆ ଶଟଡାଉନ୍‌ ଘୋଷଣା କରାଯାଇଛି । ତେଣୁ ପ୍ରଶାସନ ସହିତ ଆଲୋଚନା କରି ସାମାଜିକ ଦୂରତା ଅବଲମ୍ବନ କରି ଇଦଗାହାଠାରେ ମାତ୍ର ୫ ଜଣ ରହି ନମାଜ ପାଠ କରିବେ ବୋଲି ସ୍ଥିର ହେଇଛି । ଇଦ- ଉଲ-ଜୁହା […]

namaj

namaj

Niharika Rout
  • Published: Saturday, 01 August 2020
  • Updated: 01 August 2020, 08:37 AM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): କରୋନା କଟକଣା ଯୋଗୁଁ ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକରେ ସଂପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯିବ । ଅନ୍ୟ ପକ୍ଷରେ ଆଜିଠାରୁ ଭଦ୍ରକ ଜିଲ୍ଲା ୪୮ ଘଣ୍ଟିଆ ଶଟଡାଉନ୍‌ ଘୋଷଣା କରାଯାଇଛି । ତେଣୁ ପ୍ରଶାସନ ସହିତ ଆଲୋଚନା କରି ସାମାଜିକ ଦୂରତା ଅବଲମ୍ବନ କରି ଇଦଗାହାଠାରେ ମାତ୍ର ୫ ଜଣ ରହି ନମାଜ ପାଠ କରିବେ ବୋଲି ସ୍ଥିର ହେଇଛି ।

ଇଦ- ଉଲ-ଜୁହା ପର୍ବ ହେଉଛି ଆଲ୍ଲାଙ୍କଠାରେ ସମର୍ପିତ ହେବାର ପର୍ବ । ତେଣୁ ମୁସଲିମ ଧର୍ମାବଲମ୍ବିମାନେ ନିଜ ନିଜ ଘରେ ରହି ଏହି କଟକଣାକୁ ମାନି ଯଥା ସମ୍ଭବ କୁରୁବାନି କରିବେ । ସେହିପରି ଶଟଡାଉନ୍‌କୁ ମାନି ସମସ୍ତେ ଘରେ ରହି ନମାଜ ପାଠ କରିବେ । କେହି ମସଜିଦକୁ ଯାଇ ଭିଡ଼ ଜମେଇବେ ନାହିଁ ବୋଲି ଚଉଦ ମହଲା ମୁସଲିମ ଜାମାତ ପକ୍ଷରୁ ସ୍ଥିର ହେଇଛି । ଅନ୍ୟ ପକ୍ଷ ପୁଲିସ୍‌ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ଵ୍ୟବସ୍ଥା ହୋଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos