‘ମାଙ୍କଡ଼ ଘଉଡ଼ାଇ ଦେଲେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବୁ’

ଭଦ୍ରକ (ପାର୍ଥସାରଥୀ ନାୟକ): ଆଗକୁ ଅଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଜମିଲାଣି ଗାଁର ମାହୋଲ୍‌। ଭୋଜି ଭାତ ଓ ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ। ଆଉ ନେତାମାନେ ମଧ୍ୟ ରଖୁଛନ୍ତି ପୁଳା ପୁଳା ପ୍ରତିଶ୍ରୁତି। ତେବେ ନେତାଙ୍କ ଏହି ପ୍ରତିଶ୍ରୁତି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ଅଜବ ମୁଦ୍ଦା। ଯେଉଁଥିରେ ଭୋଟର କହୁଛନ୍ତି, ଗାଁରେ ଯିଏ ମାଙ୍କଡ଼ ଘଉଡ଼ାଇ ଦେବ, ତାକୁ ଆମେ ଭୋଟ୍‌ ଦେବୁ। ଗାଁ ଲୋକଙ୍କ ଏପରି ମୁଦ୍ଦା ଏବେ ଜିଲ୍ଲାର ମୁଖ୍ୟ ଚର୍ଚ୍ଚାର […]

Monkey

Manoranjan Sial
  • Published: Saturday, 29 January 2022
  • , Updated: 30 January 2022, 08:25 AM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଆଗକୁ ଅଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଜମିଲାଣି ଗାଁର ମାହୋଲ୍‌। ଭୋଜି ଭାତ ଓ ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ। ଆଉ ନେତାମାନେ ମଧ୍ୟ ରଖୁଛନ୍ତି ପୁଳା ପୁଳା ପ୍ରତିଶ୍ରୁତି। ତେବେ ନେତାଙ୍କ ଏହି ପ୍ରତିଶ୍ରୁତି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ଅଜବ ମୁଦ୍ଦା। ଯେଉଁଥିରେ ଭୋଟର କହୁଛନ୍ତି, ଗାଁରେ ଯିଏ ମାଙ୍କଡ଼ ଘଉଡ଼ାଇ ଦେବ, ତାକୁ ଆମେ ଭୋଟ୍‌ ଦେବୁ। ଗାଁ ଲୋକଙ୍କ ଏପରି ମୁଦ୍ଦା ଏବେ ଜିଲ୍ଲାର ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ତିହିଡି ବ୍ଲକ୍‌ ତାଳପଦା ପଞ୍ଚାୟତ ଗୋପଗଦାଧରପୁର ଗାଁରେ ଦୀର୍ଘ ଦିନ ଧରି ମାଙ୍କଡ଼ ଉପଦ୍ରବ ଲାଗି ରହିଛି। ମାଙ୍କଡ଼ମାନେ ପନିପରିବା ଖାଇ ଯାଉଛନ୍ତି। ଚାଳ ଛପର ଘର ଉପରୁ ନଡ଼ା କାଢ଼ି ପକାଉଛନ୍ତି। ବେଳେ ବେଳେ ଘରେ ପଶି ଯାଉଛନ୍ତି। ସମ୍ମୁଖରୁ ମଣିଷଙ୍କୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି।

ଗତ ଅଢ଼େଇ ମାସ ଭିତରେ ମାଙ୍କଡ଼ କାମୁଡ଼ାରେ ୬ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ସାମାନ୍ୟ ଆହତ ହୋଇଛନ୍ତି। ଏମାନେ ବିଭିନ୍ନ ମେଡ଼ିକାଲ୍‌ରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମାଙ୍କଡ଼ ଭୟରେ ପିଲା, ମହିଳା ଓ ବୟସ୍କ ବ୍ୟକ୍ତିମାନେ ଘରୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ମାଙ୍କଡ଼ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିବା ଦେଖିବାକୁ ମିଳିଛି। ବେଳେ ବେଳେ ମଝି ରାସ୍ତାକୁ ମାଙ୍କଡ଼ମାନେ ଅବରୋଧ କରି ବସୁଛନ୍ତି। ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ମାଙ୍କଡ଼ଙ୍କ ଉତ୍ପାତ ଦେଖି ଗାଁ ଲୋକେ ଘଉଡାଇବା ପାଇଁ ବନ ବିଭାଗ ପାଖରେ ଅଭିଯୋଗ କରିଥିଲେ। ବନ ବିଭାଗର କର୍ମଚାରୀମାନେ ମାଙ୍କଡ଼ ଗୋଡ଼ାଇବା ପାଇଁ ଗାଁରେ ଡେରା ପକାଇଛନ୍ତି। ଏପରିକି ଉନ୍ମତ୍ତ ମାଙ୍କଡ଼କୁ ଧରିବା ପାଇଁ ଗାଁରେ ଜନ୍ତା ବସାଇଛି ବନ ବିଭାଗ। ହେଲେ ମାଙ୍କଡ଼ମାନେ ଜନ୍ତାରେ ପଡ଼ୁନାହାନ୍ତି। ଏବେ ମଧ୍ୟ ମାଙ୍କଡ଼ମାନେ ଆତଙ୍କରାଜ ଚଳାଇଛନ୍ତି। ଯାହାକୁ ନେଇ ଗାଁ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି।

ଏବେ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ଗାଁ ଲୋକେ ଏହାକୁ ମୁଦ୍ଦା କରିଛନ୍ତି। ଯିଏ ମାଙ୍କଡ଼ ଘଉଡ଼ାଇ ଦେବ, ତାକୁ ସେମାନେ ଭୋଟ୍‌ ଦେବେ ବୋଲି ଗାଁ ଲୋକେ କହିଛନ୍ତି।

ଗାଁର ଜୟନ୍ତୀ ସାହୁ କହିଛନ୍ତି, “ଆମ ଗାଁରେ ଯିଏ ମାଙ୍କଡ଼ ସମସ୍ୟାର ସମାଧାନ କରିବ, ତାଙ୍କୁ ଆମେ ଭୋଟ୍‌ ଦେବୁ। ମାଙ୍କଡ଼ ସମସ୍ୟା ଦୂର ହେଲେ ତାଙ୍କୁ ଆଉ ଆମ ପାଖକୁ ଆସିବା ଦରକାର ନାହିଁ। ଆମେ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ଭୋଟ୍‌ ଦେବୁ। ସେ ବିଜେପି, ବିଜେଡି ବା କଂଗ୍ରେସର ପ୍ରାର୍ଥୀ ହେଇ ଥାଆନ୍ତୁ ନା କାହିଁକି, ଆମେ ତାଙ୍କୁ ଭୋଟ୍ ଦେବୁ। କିନ୍ତୁ ପ୍ରଥମେ ଆମର ମାଙ୍କଡ଼ ସମସ୍ୟା ଦୂର ହେଉ।”

Related story