ମାସ୍କ ନପିନ୍ଧିଲେ ମିଳିବନି ସଉଦା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ‘ନୋ ମାସ୍କ-ନୋ ଗୁଡସ୍‌ ନିୟମ ଲାଗୁ ହୋଇଛି। ମାସ୍କ ନପିନ୍ଧିଲେ ଦୋକାନରୁ ମିଳିବନି କୌଣସି ସାମଗ୍ରୀ। ଏନେଇ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡ୍ ଲାଇନ୍। ସମସ୍ତ ଦୋକାନୀ ଦୋକାନରେ […]

biswa

Manoranjan Sial
  • Published: Wednesday, 13 May 2020
  • , Updated: 13 May 2020, 07:25 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ‘ନୋ ମାସ୍କ-ନୋ ଗୁଡସ୍‌ ନିୟମ ଲାଗୁ ହୋଇଛି। ମାସ୍କ ନପିନ୍ଧିଲେ ଦୋକାନରୁ ମିଳିବନି କୌଣସି ସାମଗ୍ରୀ। ଏନେଇ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡ୍ ଲାଇନ୍। ସମସ୍ତ ଦୋକାନୀ ଦୋକାନରେ ‘ନୋ ମାସ୍କ-ନୋ ଗୁଡ୍ସ’ ବୋର୍ଡ ଲଗାଇବେ।  ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଓ ଗ୍ଲୋସ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବା ବାଧ୍ୟତାମୂଳକ। ଦୋକାନ ପାଖରେ ଗ୍ରାହକଙ୍କ ଛିଡ଼ା ହେବା ପାଇଁ ୨ ମିଟର ଦୂରତାରେ ଗୋଲ୍‌ ବୁଲାଇବା ପାଇଁ କୁହାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଗ୍ରାହକଙ୍କ ଫୋନ ନମ୍ବର ସହ ସବିଶେଷ ତଥ୍ୟ ରଖିବେ ଦୋକାନୀ। ଏସବୁ ନିୟମ ନ ମାନିଲେ ହଜାରେ ଟଙ୍କା ଫାଇନ ସହ ଦୋକାନ ସିଲ୍‌ କରିବାକୁ ପ୍ରଶାସନ ଚେତାବନୀ ଦେଇଛି।

ଗତକାଲି କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ସଉଦା ନେବାକୁ ଆସିଥିବା ଲୋକଙ୍କ ନାଁ, ଗାଁ ଓ ପୂରା ଠିକଣା ଲେଖି ରଖିବେ ଦୋକାନୀ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି।

Related story