ଆଉ ମାଗଣାରେ ଦେଇ ହେବନି ଧାରଣା: ଏଣିକି ଟଙ୍କା ଗଣିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଧାରଣା ଓ ଧର୍ମଘଟ ଉପରେ ଲଗାମ କଷିବାକୁ ବିଏମ୍‌ସିର ନୂଆ ଯୋଜନା। ଏଣିକି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଧାରଣା କିମ୍ବା ଧର୍ମଘଟ ପାଇଁ ଦେୟ ଦେବାକୁ ହେବ। ଏଥିପାଇଁ ବିଭିନ୍ନ ଦେୟ ଧାର୍ଯ୍ୟ କରିଛି ବିଏମ୍‌ସି। ଧାରଣା ଦେବା ପାଇଁ ସର୍ବନିମ୍ନ ଦୈନିକ ଦେୟ ରହିଛି ୫୦୦ ଟଙ୍କା। ଦୈନିକ ୧୦୦ରୁ ୫୦୦ ଲୋକଙ୍କ ସମାଗମ ହେଲେ ୧୦୦୦ ଟଙ୍କା ଦେବାକୁ ପଡ଼ିବ। ୫୦୦ରୁ ଅଧିକ ହେଲେ ପ୍ରତ୍ୟେକ ବ୍ୟକ୍ତି […]

if-you-protest-then-give-money

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଧାରଣା ଓ ଧର୍ମଘଟ ଉପରେ ଲଗାମ କଷିବାକୁ ବିଏମ୍‌ସିର ନୂଆ ଯୋଜନା। ଏଣିକି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଧାରଣା କିମ୍ବା ଧର୍ମଘଟ ପାଇଁ ଦେୟ ଦେବାକୁ ହେବ। ଏଥିପାଇଁ ବିଭିନ୍ନ ଦେୟ ଧାର୍ଯ୍ୟ କରିଛି ବିଏମ୍‌ସି। ଧାରଣା ଦେବା ପାଇଁ ସର୍ବନିମ୍ନ ଦୈନିକ ଦେୟ ରହିଛି ୫୦୦ ଟଙ୍କା। ଦୈନିକ ୧୦୦ରୁ ୫୦୦ ଲୋକଙ୍କ ସମାଗମ ହେଲେ ୧୦୦୦ ଟଙ୍କା ଦେବାକୁ ପଡ଼ିବ। ୫୦୦ରୁ ଅଧିକ ହେଲେ ପ୍ରତ୍ୟେକ ବ୍ୟକ୍ତି ପିଛା ୫ ଟଙ୍କା ଲେଖାଏଁ ଅତିରିକ୍ତ ଦେବାକୁ ହେବ। ପ୍ରଶାସନିକ ଓ ପରିମଳ ଦେୟ ଆକାରରେ ଏସବୁ ଅର୍ଥ ଦେବାକୁ ହେବ।

ବାହାଘର ପ୍ରୋସେସନ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଦେୟ ବାବଦକୁ ପଡ଼ିବ। ଏଥିପାଇଁ ୫୦୦୦ ଟଙ୍କା ଶୁଳ୍କ ଗଣିବାକୁ ହେବ। ବିଏମ୍‌ସିର ଏହି ନିଷ୍ପତ୍ତି ସଂପର୍କରେ ଆଜି ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି। ତେବେ ପରେ ଏନେଇ ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏସଂକ୍ରାନ୍ତରେ ପୋଲିସ କମିଶନରେଟକୁ ମଧ୍ୟ ଅବଗତ କରାଯିବ ଭୁବନେଶ୍ୱର ମେୟର କହିଛନ୍ତି।

Related story