ଭୁବନେଶ୍ୱର: ରାଜ୍ୟ ଆଇଏଫଏସ ସ୍ତରରେ ବୁଧବାର ଅଦଳବଦଳ ହୋଇଛି । ବଦଳିଛନ୍ତି ୧୧ ଭାରତୀୟ ଜଙ୍ଗଲ ସେବା ଅଧିକାରୀ। ୧୯୮୨ ବ୍ୟାଚର ବରିଷ୍ଠ ଅଧିକାରୀ କେ. ଆର. ସିଂଙ୍କୁ ଷ୍ଟେଟ ଫରେଷ୍ଟ ହେଡ କ୍ୱାର୍ଟର ଅତିରିକ୍ତ ପିସିସିଏଫ ଦାୟିତ୍ୱ ଦିଆଯାଇଛି। ସେହିପରି ଅଜୟ କୁମାର ମହାପାତ୍ର ଓଡିଶା ଜଙ୍ଗଲ ଉନ୍ନୟନ କର୍ପୋରେନର ନୂଆ ନିଦ୍ଦେର୍ଶକ ହୋଇଛନ୍ତି । ୧୯୮୪ ବ୍ୟାଚର ଏସ୍. କେ. ସିହ୍ନାଙ୍କୁ ସିସିଏଫ, କେନ୍ଦୁପତ୍ର ଓ ଏମ୍ ସତ୍ୟନାରାୟଣଙ୍କୁ ଅତିରିକ୍ତ ପିସିସିଏଫ ଭାବେ ପଦୋନ୍ନୋତି ମିଳିଛି। ୧୯୮୬ ବ୍ୟାଚର ଅଫିସର ଏସ୍. ପି. ମହାପାତ୍ର ସାଧାରଣ ବିଭାଗର ସ୍ୱତନ୍ତ୍ର ଦାୟତ୍ୱରେ ରହିବେ ଓ ସେହି ବ୍ୟାଚର ଅନ୍ୟଜଣେ ଅଧିକାରୀ ଏମ୍. ମାଲୋଥ କୋରାପୁଟର ନୂଆ ଆରଇଏଫ ହେବେ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ କାର୍ଯ୍ୟନିର୍ବାହୀ ଭାବେ ୧୯୯୪ ବ୍ୟାଚର କେ. ମୁରୁଗେସନ ଓ ନିଯୁକ୍ତି ମିଶନର ନିଦ୍ଦେର୍ଶକ ଭାବେ ୨୦୦୧ ବ୍ୟାଚର ଅଫିସର ଜି. ରାଜେଶଙ୍କୁ ଅବସ୍ଥାପିତ କରାଯାଇଛି। କୋରାପୁଟ, ଆଠମଲ୍ଲିକ ଓ ସୁନାବେଢା ବନଖଣ୍ଡ ଡିଏଫଓ ଭାବେ ପି.ଅର୍ଥନାରୀ, କେ. ଏସ୍. ପ୍ରଦୀପ ଓ ଭି. ନୀଲଭରଙ୍କୁ ନିଯୁକ୍ତି ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।