IIFL ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ

କଟକ(ଓଡ଼ିଶା ରିପୋର୍ଟର):  କଟକ ନୟାସଡକ ଅଞ୍ଚଳରେ ଥିବା IIFL ଶାଖାରୁ ଗୁରୁବାର ବଡ ଧରଣର ଡକାୟତ ହୋଇଥିଲା । ଡକାୟତମାନେ ବନ୍ଧୁକ ଦେଖାଇ କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇଛି । ଅପରାଧୀଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ସେହିପରି କମିଶନରେଟ ପୁଲିସ, ସାଇଣ୍ଟିଫିକ ଟିମ ଓ ଡଗ୍ […]

cuttack-loot

cuttack-loot

Jitendra Garnayak
  • Published: Friday, 20 November 2020
  • Updated: 20 November 2020, 02:49 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  କଟକ ନୟାସଡକ ଅଞ୍ଚଳରେ ଥିବା IIFL ଶାଖାରୁ ଗୁରୁବାର ବଡ ଧରଣର ଡକାୟତ ହୋଇଥିଲା । ଡକାୟତମାନେ ବନ୍ଧୁକ ଦେଖାଇ କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇଛି । ଅପରାଧୀଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଛି ।

ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ସେହିପରି କମିଶନରେଟ ପୁଲିସ, ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାଡ IIFL ଶାଖାରେ ପହଞ୍ଚି ତଦନ୍ତ କରିଛନ୍ତି। ଗତକାଲି ରାତିରେ କଟକ ସହରକୁ ନାକାବନ୍ଦୀ କରାଯାଇଛି ଯାଞ୍ଚ ମଧ୍ୟ କରାଯାଇଛି ।

ସୂଚନା ମୁତାବକ, ଗତକାଲି ଦିନ ଦ୍ୱିପହରେ ଉକ୍ତ ଫାଇନାନ୍ସ କମ୍ପାନୀରୁ ୪ ଜଣ ଡକାୟତ ଆସି ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ । ପ୍ରାୟ ୨୦ କୋଟିର ସୁନାଗହଣା ଲୁଟ ହୋଇଥିବା ଲାଲବାଗ ଥାନାରେ କମ୍ପାନୀ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।

ସେପଟେ ଲୁଟ୍ ପାଇଁ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଗାଡିର ନମ୍ବର ଜଣାପଡିଛି । ଏହି ନମ୍ବର ଆଧାରରେ ଗାଡି ମାଲିକଙ୍କ ପାଖରେ ପହଞ୍ଚି ହେବ ବୋଲି ପୁଲିସ ସୂଚନା ଦେଇଛି । ଅପରାଧୀମାନେ ହିନ୍ଦୀ ଓ ଓଡ଼ିଆରେ କଥାବାର୍ତ୍ତା ହେଉଥିବାରୁ ବାହାର ରାଜ୍ୟର ଅପରାଧୀଙ୍କ ସହ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସ ଅନୁମାନ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos