IIFL ଲୁଟ୍‌ ଘଟଣା; କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ

କଟକ(ଓଡ଼ିଶା ରିପୋର୍ଟର): କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା।  IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି  ଲୁଟ୍ ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ  । ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡକାୟତିର ଯୋଜନା କରିଥିଲେ।  ନୟାସଡ଼କ IIFL ସୁନା ଓ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରି ଆଜି ପ୍ରେସମିଟରେ ଏପରି ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ […]

cp

Niharika Rout
  • Published: Tuesday, 24 November 2020
  • , Updated: 24 November 2020, 02:45 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା।  IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି  ଲୁଟ୍ ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ  । ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡକାୟତିର ଯୋଜନା କରିଥିଲେ।  ନୟାସଡ଼କ IIFL ସୁନା ଓ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରି ଆଜି ପ୍ରେସମିଟରେ ଏପରି ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଅପରପକ୍ଷେ, ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ୨ କେଜି ସୁନା ଓ ୨ଟି ବାଇକ୍‌ ଜବତ କରିଛି।

ଅପରପକ୍ଷେ, ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ସିପି  ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ବ୍ରାଞ୍ଚ ଚାଲିଥିଲା ବୋଲି କହିଛନ୍ତି । ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଢିଲା ରହିଥିଲା। ବ୍ୟାଙ୍କର ଆର୍ମସ ଗାର୍ଡ ଛୁଟିରେ ଥିଲେ, ସିସିଟିଭି ଅକାମୀ ଥିଲା। ଆଲାର୍ମ ଖରାପ ଥିଲା, ଡିଜିଟାଲ ଲକର ବି ଅକାମୀ ଥିଲା। ଢିଲା ସୁରକ୍ଷାରେ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ଚାଲିଥିଲା ବ୍ରାଞ୍ଚ। ଏମିତିକି ଭୂତ ସୁନା କାରବାର ହେଉଥିବା ମଧ୍ୟ ଆଶଙ୍କା କଲେ ସିପି। ଫୋରେନସିକ୍ ତଦନ୍ତ ପରେ ସୁନାର ପରିମାଣ ଜଣାପଡ଼ିବ । ବ୍ୟାଙ୍କର ସବୁ କର୍ମଚାରୀ ତଦନ୍ତ ପରିସରଭୁକ୍ତ ବୋଲି କହିଲେ ସିପି।।

କମିଶନରଙ୍କ ସୂଚନା ଅନୁଯାୟୀ, ଘଟଣାର ମାଷ୍ଟର ମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ ହୋଇଥିବା ଦର୍ଶାଇ ଡକାୟତିର ଡ୍ରାମା ରଚିଥିଲେ।    ଅମ୍ରିତ କିଛି ବନ୍ଧକ ସୁନାକୁ ହଡ଼ପ କରିଥିଲେ। ହେଲେ  ଅଡିଟରେ ଧରାପଡ଼ିଯିବା ଆଶଙ୍କାରେ   ନିଜ ବଡ଼ ଭାଇ ଓ ସାଙ୍ଗଙ୍କ ଜରିଆରେ ଲୁଟ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।  ଲୁଟ୍‌ ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଯୋଜନା କରିଥିଲେ ଅମ୍ରିତ ଓ ତାଙ୍କ ଭାଇ । ଏହାପରେ ଗତ ୧୯ ତାରିଖ ସକାଳ ୯ଟା୫୦ରେ ଅମ୍ରିତଙ୍କ ୪ ସାଙ୍ଗ ପଶି ଲୁଟିଥିଲେ।

ଲାଲା ଅମ୍ରିତ ରାୟ ଓ ତାଙ୍କ ଭାଇ ଲାଲା ରଞ୍ଜନ ରାୟଙ୍କ ନାମରେ ପୂର୍ବରୁ ମଙ୍ଗଳାବାଗ ଥାନାରେ ମାମଲା ରହିଛି। ସୁନା ହେରଫେର ମାମଲାରେ ତାଙ୍କ ଭାଇ ପୂର୍ବରୁ ଗିରଫ ହୋଇଥିବା ବେଳେ ସେ ଖସି ଯାଇଥିଲେ। IIFLରେ ୫ ବର୍ଷ ହେଲା ଅମ୍ରିତ କାମ କରୁଥିଲେ। ୪ ବର୍ଷ ହେଲାଣି ସେ ନାନା ହେରଫେର କରୁଥିଲେ।  ନୂଆ ଅଡିଟର ଆସିବାରୁ ଧରା ପଡ଼ିଯିବା ଭୟରେ ସେ ନିଜ ସାଙ୍ଗମାନଙ୍କ ସହ ଲୁଟ୍‌ ଯୋଜନା ପ୍ରସ୍ତୁତ କଲେ।

ଯୋଜନାବଦ୍ଧ ଭାବେ ଏହି ଲୁଟ୍‌ ଘଟଣାରେ ଅଭିଯୁକ୍ତମାନେ କୌଣସି ପ୍ରମାଣ ଛାଡ଼ି ନ ଥିବା ବେଳେ ଏହା କମିଶନରେଟ ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ଥିଲା। ଏହାସତ୍ତ୍ୱେ ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ସହ ଲୁଟ୍‌ ସୁନା ଜବତ କରିଥିବା କହିଛନ୍ତି ସିପି।

Related story