- Videos
- Odisha
- ଆଣ୍ଟି ପ୍ଲିଜ୍ ଚାବି ଦିଅ, ନ ହେଲେ ବାପା ବହୁତ ମାରିବେ…ଦେଖନ୍ତୁ ଭିଡିଓ
ଆଣ୍ଟି ପ୍ଲିଜ୍ ଚାବି ଦିଅ, ନ ହେଲେ ବାପା ବହୁତ ମାରିବେ…ଦେଖନ୍ତୁ ଭିଡିଓ
- Published: Sunday, 14 January 2018
- , Updated: 14 January 2018, 07:02 PM IST
<p>ବଲାଙ୍ଗିର,(ଓଡ଼ିଶା ରିପୋର୍ଟର):ଆଣ୍ଟି ଚାବି ଦେଇଦିଅ। ନାଇହେଲେ ବାପା ବହୁତ ମାରିବେ। ପ୍ଲିଜ୍‌ ଚାବି ଦେଇଦିଅ। ଜଣେ ଛୋଟ ପିଲାର ଏହି ଦୁଇ ପଦ କଥା ଏବେ ବଲାଙ୍ଗିର ଜିଲ୍ଳାରେ ବେଶ୍ ଭାଇରାଲ ହେଉଛି । ତେବେ କ’ଣ ସେହି ଘଟଣାକ୍ରମ ଆସନ୍ତୁ ଜାଣିବା ପୂରା ଘଟଣା। ଗତ ୮ ତାରିଖରୁ ବଲାଙ୍ଗିରରେ କଡାକଡି ହୋଇଛି ଟ୍ରାଫିକ ନିୟମ। ଏମିତି ଏକ ସମୟରେ ଏକ ଭିଡିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।</p>
<p>ବଲାଙ୍ଗିର ଭାଗିରଥୀ ଛକର ଗୋଟିଏ ବାଇକ୍‌ରେ ତିନି ଜଣ ନାବାଳକ ଆସୁଥିବା ସମୟରେ ଜଣେ ମହିଳା ଟ୍ରାଫିକ୍‌ କନଷ୍ଟେବଳ ଅଟକାଇଥିଲେ। ବେଆଇନ ଭାବେ ଗାଡ଼ି ଚଳେଇବା ଏବଂ ହେଲମେଟ ପିନ୍ଧି ନ ଥିବାରୁ ଟ୍ରାଫିକ୍‌ ପୋଲି ସମ୍ପୃକ୍ତ ପିଲାର ସ୍କୁଟି ଚାବିନେଇ ଯାଇଥିଲେ। ବୁଝାଉଥିଲେ କାହିଁକି ଏତେ କମ୍‌ ବୟସରୁ ବାଇକ୍‌ ଚଲାଉଛ। ତାହା ପୁଣି ବିନା ହେଲମେଟରେ ୩ ଜଣଙ୍କୁ ବସାଇ। ପରେ ବାଇକ୍‌ ଚାଳକ ନାବାଳକ ପିଲାଟି ଚାବି ପାଇଁ ବହୁ କାକୁତି ମିନତି ହୋଇଥିଲେ। ତେବେ ମଜାଦାର ଲାଗୁଥିବା ଏହି ଭିଡିଓ ବେଶ୍ ଭାଇରାଲ ହୋଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଅଭିଭାବକମାନେ ୧୮ ବର୍ଷରୁ କମ୍‌ ଲାଇସେନ୍ସ ନ ଥିବା ନାବାଳକମାନଙ୍କୁ କାହିଁକି ବାଇକ ଚଲାଇବାକୁ ଦେଉଛନ୍ତି ? ସେପଟେ କେବଳ ଛୋଟ ଛୁଆ ନୁହେଁ ସମସ୍ତଙ୍କ ପାଇଁ ଟ୍ରାଫିକ ନିୟମକୁ କଡାକଡି କରିବା ପାଇଁ ଦାବି ହେଉଛି ।</p>
<p>ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୧ ତାରିଖରେ ବଲାଙ୍ଗିର ପୋଲିସ ଶୋଭାଯାତ୍ରା କରି ହେଲମେଟ ପିନ୍ଧିବା ପାଇଁ ଲୋକଙ୍କୁ ସାତ ଦିନର ସମୟ ଦେଇଥିଲା। ୮ ତାରିଖରୁ ସହରରେ କଡାକଡି ଭାବରେ ହେଲମେଟ ନିୟମ ଲାଗୁ ହୋଇଥିଲା।</p>