ବାହାରୁ ସିଲ୍‌ ଥିଲା ବାର୍‌, ଭିତରେ ଚାଲିଥିଲା ମଦ କାରବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବରୁ ସିଲ୍‌ ହୋଇଥିଲା ବାର୍‌। ବାହାରେ ତାଲା ଝୁଲୁଥିଲେ ବି ଭିତରେ ଚାଲିଥିଲା ବେଆଇନ ମଦ କାରବାର। ଏପରିକି ଲକ୍‌ଡାଉନ୍‌ ସମୟରେ ସବୁ ମଦ ଦୋକାନ ବନ୍ଦ ଥିବା ବେଳେ ଏଠାରେ ଚଢ଼ା ଦରରେ ବିକ୍ରି ହେଉଥିଲା ମଦ। ଏପରି ଅଭିଯୋଗ ଆସିବା ପରେ ଆଜି କ୍ୱିକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀ ସାଗର ଥାନା ପକ୍ଷରୁ କଟକ ରୋଡ୍‌ରେ ଥିବା ଏକ ବାର୍‌ ଉପରେ ଚଢାଉ କରାଯାଇଥିଲା। ରାଜଧାନୀର କଟକ ରୋଡ୍‌ରେ ଥିବା […]

mada-1--1

Niharika Rout
  • Published: Saturday, 23 May 2020
  • , Updated: 23 May 2020, 02:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବରୁ ସିଲ୍‌ ହୋଇଥିଲା ବାର୍‌। ବାହାରେ ତାଲା ଝୁଲୁଥିଲେ ବି ଭିତରେ ଚାଲିଥିଲା ବେଆଇନ ମଦ କାରବାର। ଏପରିକି ଲକ୍‌ଡାଉନ୍‌ ସମୟରେ ସବୁ ମଦ ଦୋକାନ ବନ୍ଦ ଥିବା ବେଳେ ଏଠାରେ ଚଢ଼ା ଦରରେ ବିକ୍ରି ହେଉଥିଲା ମଦ। ଏପରି ଅଭିଯୋଗ ଆସିବା ପରେ ଆଜି କ୍ୱିକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀ ସାଗର ଥାନା ପକ୍ଷରୁ କଟକ ରୋଡ୍‌ରେ ଥିବା ଏକ ବାର୍‌ ଉପରେ ଚଢାଉ କରାଯାଇଥିଲା।

ରାଜଧାନୀର କଟକ ରୋଡ୍‌ରେ ଥିବା ‘ରେନ୍ ଦି କ୍ଲବ’ ଉପରେ ରେଡ୍ କରି ବିପୁଳ ପରିମାଣର ମଦ ଜବତ କରିଛି ପୁଲିସ୍‌। ଏହା ସହ ବାର୍‌ର ଜଣେ ସିକ୍ୟୁରିଟି ଗାର୍ଡ ଓ ୨ ଅନ୍ୟ ଷ୍ଟାଫ୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାହାରୁ ବାର୍‌ଟି ସିଲ୍ ହୋଇଥିଲେ ବି ଭିତରେ ବେଆଇନ ମଦ କାରବାର ହେଉଥିବା ଅଭିଯୋଗ ପରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍‌ ।

Related story