ଜଗନ୍ନାଥଙ୍କ ଜମିରୁ ପଥର କାଟି ପଦା କଲେଣି

Ordigital Desk
  • Published: Thursday, 10 May 2018
  • , Updated: 10 May 2018, 09:50 AM IST
<p>ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଜଗନ୍ନାଥ ମହାପ୍ରଭୂଙ୍କ ନାଁରେ ଥିବା ଏକର ଏକର ଜମିରୁ ଚାଲିଛି ବେଆଇନ ପଥର ଚାଲାଣ। ପ୍ରଶାସନର କଟକଣା ଓ ସ୍ଥାନୀୟ ଲୋକଙ୍କ ପ୍ରତିରୋଧ ସତ୍ତ୍ୱେ ହେଉଛି ଚାଲାଣ। ଏହି ଚୋରାଚାଲାଣ ରୋକିବା ଲାଗି ପଥର ପାହାଡ ଚାରିପଟେ ଟ୍ରେଞ୍ଚ ଖୋଳିବାକୁ ପ୍ରଶାସନ ଯୋଜନା କରୁଛି।</p> <p>ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ଟାଙ୍ଗୀ ଏବଂ ଚିଲିକା ତହସିଲ ଅଞ୍ଚଳର ଶହ ଶହ ଏକର ଜମି ଏବେ ମାଫିଆଙ୍କ କବ୍&zwnj;ଜାରେ।&nbsp; କେବଳ ମହାପ୍ରଭୁଙ୍କ ଜମି ନୁହେଁ ରାଜସ୍ୱ ବିଭାଗ ଅଧୀନରେ ଥିବା ଅନେକ ପାହାଡରୁ ଦିନ ରାତି ଲୁଟ୍ ହେଉଛି ମୂଲ୍ୟବାନ ମୁଗୁନିପଥର। କମ୍ପ୍ରେସର ମେସିନ୍ ସାହାଯ୍ୟରେ ଗାତ କରାଯାଇ ଜିଲୋଟିନ୍ ଦ୍ୱାରା ବିସ୍ଫୋରଣ କରି ଅତି ବିପଦ୍&zwnj;ଜନକ ଭାବେ ପଥର କଟା ଯାଉଛି। ବେଆଇନ ପଥର ଚାଲାଣକୁ ନେଇ ମାଫିଆ ଗୋଷ୍ଠୀ ମଧ୍ୟରେ ଅନେକ ସମୟରେ ସଂଘର୍ଷ ମଧ୍ୟ ଘଟୁଛି। ଏଥିରେ ଧନଜୀବନ ହାନୀ ହେବା ସହ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ବି ବିପନ୍ନ ହେଉଛି।&lt;a href=&quot;&quot;&gt;(image) &lt;/a&gt;</p> <p>ଖାଲି ମୁଗୁନି ପଥର ନୁହେଁ ଦୈନିକ ଶହ ଶହ ଟ୍ରକ୍ ମାଙ୍କଡା ପଥରର ବି ଚୋରା ଚାଲାଣ କରାଯାଉଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା ଗାଁ ଲୋକ ମାଫିଆଙ୍କ ସାମ୍ନା କରିବାକୁ କେହି ବି ସାହସ କରୁନାହାନ୍ତି। ଚଢାଉ ପାଇଁ ଯାଇଥିବା ସରକାରୀ ଅଧିକାରୀଙ୍କ ଉପରେ ଅନେକ ଥର ଆକ୍ରମଣ ହେଲାଣି। ତେବେ ପଥର ମାଫିଆଙ୍କୁ ରୋକିବା ଲାଗି ପ୍ରଶାସନ ନୂଆ ଯୋଜନା କରିଛି। ପଥର ପାହାଡ ଚାରିପଟେ ଟ୍ରେଞ୍ଚ&nbsp; ଖୋଳିବା ଲାଗି ଚିନ୍ତା କରାଯାଉଥିବା ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି। ତା&rsquo;ସହିସତ ପଥର ଚୋରାଚାଲାଣ ରୋକିବା ଲାଗି ସ୍ୱତନ୍ତ୍ର ପୋଲିସ ଟିମ୍ ମୁତୟନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।</p> <p>https://www.youtube.com/watch?v=Z30GCJTh5R0</p>

Related story