ବ୍ଲକ୍‌ରୁ ଚୋରା ଚାଲାଣ ହେଉଛି ସାର ଓ ଔଷଧ?

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ କୃଷି ବିଭାଗର ସାର ଏବଂ ଔଷଧ ଚୋରା ବିକ୍ରିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସ୍ଥାନୀୟ ବିଜେପି। ଆଜି ବ୍ଲକ ଆଗରେ ଦଳ ପକ୍ଷରୁ ଗଣଧାରଣ ଦିଆଯାଇଥିଲା ।ଗତ ମାସ ୧୨ ତାରିଖରେ କଙ୍କଡ଼ାହାଡ଼ ବ୍ଲକର କୃଷି କାର୍ଯ୍ୟ।ଳୟରୁ ଏକ ପିକପ୍ ଗାଡ଼ିରେ ଚୋରାରେ ସାର ଓ ଔଷଧ ବାହାରକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ଅଟକାଇ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ୍ ଗାଡ଼ି ଜବତ […]

anu

anu

Rakesh Mallick
  • Published: Monday, 25 June 2018
  • Updated: 25 June 2018, 06:59 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ କୃଷି ବିଭାଗର ସାର ଏବଂ ଔଷଧ ଚୋରା ବିକ୍ରିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସ୍ଥାନୀୟ ବିଜେପି। ଆଜି ବ୍ଲକ ଆଗରେ ଦଳ ପକ୍ଷରୁ ଗଣଧାରଣ ଦିଆଯାଇଥିଲା ।ଗତ ମାସ ୧୨ ତାରିଖରେ କଙ୍କଡ଼ାହାଡ଼ ବ୍ଲକର କୃଷି କାର୍ଯ୍ୟ।ଳୟରୁ ଏକ ପିକପ୍ ଗାଡ଼ିରେ ଚୋରାରେ ସାର ଓ ଔଷଧ ବାହାରକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ଅଟକାଇ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ୍ ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଆଜି ଜିଲ୍ଲା ବିଜେପି ସଭାପତି ବିଭୂତି ପ୍ରଧାନଙ୍କ ନେତୃତ୍ଵରେ ପୂର୍ବତନ ରାଜ୍ୟସଭା ସଂସାଦ ରୁଦ୍ରନାରାୟଣ ପାଣି, ବ୍ଲକ ବିଜେପି ସଭାପତି ବଳଭଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, କଙ୍କଡ଼ାହାଡ଼ ସରପଞ୍ଚ ହୃଦାନନ୍ଦ ବେହେରା, ବ୍ଲକ ସମ୍ପାଦକ ଯଯାତି ସାହୁ, ସନ୍ତୋଷ ପଣ୍ଡା, ରାଜେଶ ଦେହୁରି, କମଳଲୋଚନ ସାହୁ, ବାମ ସରପଞ୍ଚ ଭାରତୀ ସାହୁ, ମୁଖିଆ ପଣ୍ଡା, ଲୋକନାଥ ସିଂହ, ଜଗନ୍ନାଥ ଗଡ଼ନାୟକ, ଖୁଦିର।ମ ବେହେରା, ମାର୍ଗଶିର ପ୍ରଧାନଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଘଟଣାର ବିଧିବଧ ତଦନ୍ତ କରିବାକୁ ଏମାନେ ଦାବି କରିଛନ୍ତି। ଏ ସଂପର୍କିତ ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡିଓ ଦେବଦତ୍ତ ମହାନ୍ତଙ୍କୁ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos