ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ଅପରାହ୍ନ ୩ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି କନ୍ଧମାଳ, ଗଜପତି ଏବଂ ଗଞ୍ଜାମ।
ସୂଚନାଯୋଗ୍ୟ, ଘଡ଼ଘଡ଼ି ଓ ବର୍ଷା ନେଇ ଆଜି ଦିନ ୧୨ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା।