ଆଇଏମ୍‌ଡିର ଆକଳନ: ୧୮ ଘଣ୍ଟାରେ ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗର କେନ୍ଦ୍ରୀୟସ୍ଥଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବାତ୍ୟା ତିତ୍‌ଲି ଧୀରେ ଧୀରେ ଉତ୍ତର-ପଶ୍ଚିମାଭିମୁଖୀ ହୋଇଛି। ବାତ୍ୟାର ବେଗ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି  ୮ କିମି ରହିଛି। ଏହି ବାତ୍ୟା ଏବେ ଗୋପାଳପୁର ଠାରୁ ୫୯୦ କିମି ଏବଂ କଳିଙ୍ଗପାଟନାମ୍‌ଠାରୁ ୪୩୦ କିମି ଦୂରରେ ରହିଛି। ଆସନ୍ତା ୧୮ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାକ୍ଲୋନିକ୍‌ ଷ୍ଟର୍ମର ରୂପନେଇପାରେ ବୋଲି ଭାରତୀୟ ପାଣିପାଗ ବବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ […]

cyclone

Tapas Behera
  • Published: Tuesday, 09 October 2018
  • , Updated: 09 October 2018, 09:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗର କେନ୍ଦ୍ରୀୟସ୍ଥଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବାତ୍ୟା ତିତ୍‌ଲି ଧୀରେ ଧୀରେ ଉତ୍ତର-ପଶ୍ଚିମାଭିମୁଖୀ ହୋଇଛି। ବାତ୍ୟାର ବେଗ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି  ୮ କିମି ରହିଛି। ଏହି ବାତ୍ୟା ଏବେ ଗୋପାଳପୁର ଠାରୁ ୫୯୦ କିମି ଏବଂ କଳିଙ୍ଗପାଟନାମ୍‌ଠାରୁ ୪୩୦ କିମି ଦୂରରେ ରହିଛି।

ଆସନ୍ତା ୧୮ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାକ୍ଲୋନିକ୍‌ ଷ୍ଟର୍ମର ରୂପନେଇପାରେ ବୋଲି ଭାରତୀୟ ପାଣିପାଗ ବବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ ନାଇଟ୍‌ ବୁଲେଟିନ୍‌ରେ ପ୍ରକାଶ ପାଇଥିବା ତାଜା ତଥ୍ୟ ଅନୁଯାୟୀ ଏହି ବାତ୍ୟା ଓଡ଼ିଶାର ଉତ୍ତର-ପୂର୍ବ ଏବଂ ଆନ୍ଧ୍ରର ଉତ୍ତରମୁହାଁ ହେବ।

ଆସନ୍ତା ୧୧ ତାରିଖ ସକାଳେ ଏହା ଗୋପାଳପୁର ଏବଂ କଳିଙ୍ଗପାଟନାମ୍‌ ମଧ୍ୟ ଭାଗରେ ମାଡ଼ ହେବ। ଏହି ସମୟରେ ଭୟଙ୍କର ରୂପ ଧାରଣ କରି ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି।

Related story