୨୭ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ୬ ଜିଲ୍ଲା ସମେତ ଦେଶର ୨୭ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏଭଳି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ପଜିଟିଭିଟି ହାର; ୪୬.୭% ରହିଛି । ସମ୍ବଲପୁର ୪୬.୬%, ସୁନ୍ଦରଗଡ଼ ୩୪.୨%, ଅନୁଗୁଳ ୩୪%, ଖୋର୍ଦ୍ଧା ଜିଲ୍ଲାରେ ୩୩.୩% ଓ କଟକ ଜିଲ୍ଲାରେ ୨୭.୫% ପଜିଟିଭିଟି ରହିଛି । ପୁଡୁଚେରୀର ୟାନମ ଜିଲ୍ଲା ଦେଶରେ […]

Covid19

Tapas Behera
  • Published: Tuesday, 11 May 2021
  • , Updated: 12 May 2021, 01:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ୬ ଜିଲ୍ଲା ସମେତ ଦେଶର ୨୭ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏଭଳି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ପଜିଟିଭିଟି ହାର; ୪୬.୭% ରହିଛି । ସମ୍ବଲପୁର ୪୬.୬%, ସୁନ୍ଦରଗଡ଼ ୩୪.୨%, ଅନୁଗୁଳ ୩୪%, ଖୋର୍ଦ୍ଧା ଜିଲ୍ଲାରେ ୩୩.୩% ଓ କଟକ ଜିଲ୍ଲାରେ ୨୭.୫% ପଜିଟିଭିଟି ରହିଛି । ପୁଡୁଚେରୀର ୟାନମ ଜିଲ୍ଲା ଦେଶରେ ସର୍ବାଧିକ ସଂକ୍ରମିତ ହାର ୯୧% ରହିଛି ।

ମହାମାରୀ କରୋନାର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଭଳି ସ୍ଥାନରେ ଏବେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି। କିନ୍ତୁ ଓଡ଼ିଶା, କର୍ଣ୍ଣାଟକା, ଜମ୍ମୁ-କଶ୍ମୀର ଭଳି ସ୍ଥାନରେ ସଂକ୍ରମଣ ବଢ଼ୁଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି, କର୍ଣ୍ଣାଟକା, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, ଆସାମ, ଜମ୍ମୁ-କଶ୍ମୀର, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ମଣିପୁର, ମେଘାଳୟ, ତ୍ରିପୁରା, ନାଗାଲ୍ୟାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ତେବେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆନ୍ଧ୍ର, ଦିଲ୍ଲୀ, ରାଜସ୍ଥାନ, ହରିଆଣା, ଛତିଶଗଡ଼, ବିହାର, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଝାରଖଣ୍ଡ, ତେଲେଙ୍ଗାନା, ଚଣ୍ଡିଗଡ଼, ଲଦାଖ, ଡାମନ ଡ୍ୟୁ, ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ନିକୋବର ଦ୍ୱୀପରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ୧୩ ଜିଲ୍ଲାରେ ୧ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ଥିବା ବେଳେ ୬ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ଓ ୧୭ଟି ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ୫୦ ହଜାର ତଳେ ରହିଛି ବୋଲି ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ବର୍ତ୍ତମାନ ଦେଶରେ ପିଜିଟିଭି ରେଟ୍ ପ୍ରାୟ ୨୧% ରହିଛି। ଦେଶର ୨୬ ରାଜ୍ୟରେ ପଜିଟିଭିଟି ହାର ୧୫%ରୁ ଅଧିକ ଥିବା ବେଳେ କେବଳ ୫ଟି ରାଜ୍ୟରେ ପଜିଟିଭିଟି ହାର ୫%ରୁ କମ ରହିଥିବା ସେ କହିଛନ୍ତି। ୬ଟି ରାଜ୍ୟରେ ପିଜଟିଭିଟି ରେଟ୍ ୫ରୁ ୧୫% ରହିଛି। ଓଡ଼ିଶାରେ ବର୍ତ୍ତମାନ ପଜିଟିଭିଟି ରେଟ୍ ୨୪.୪% ରହିଛି।

Related story