ଭାଉଜକୁ ଦିଅରର ଦୁଷ୍କର୍ମ, ଭିଡିଓ ଶୁଟିଂ କଲା ସ୍ୱାମୀ!

ଆନନ୍ଦପୁର(ମୁନ୍ନା ସିଂ): ଭାଉଜଙ୍କୁ ସମ୍ପର୍କୀୟ ଦିଅର ଦୁଷ୍କର୍ମ କରୁଥିବା ବେଳେ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରିବା ବଦଳରେ ମୋବାଇଲରେ ଏହାର ଭିଡିଓ ରେକର୍ଡିଂ କଲେ। ଏପରି ନିନ୍ଦନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ପୀଡ଼ିତା ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଆଜି କରଞ୍ଜିଆ ଥାନା ଅଞ୍ଚଳର ରେବା (ଛଦ୍ମନାମ), ତାଙ୍କ ସ୍ୱାମୀ ଓ […]

in-a-bizarre-incident-husband-records-video-of-his-wife-getting-raped-by-a-relative

Manoranjan Sial
  • Published: Saturday, 29 June 2019
  • , Updated: 29 June 2019, 05:44 PM IST

ଆନନ୍ଦପୁର(ମୁନ୍ନା ସିଂ): ଭାଉଜଙ୍କୁ ସମ୍ପର୍କୀୟ ଦିଅର ଦୁଷ୍କର୍ମ କରୁଥିବା ବେଳେ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରିବା ବଦଳରେ ମୋବାଇଲରେ ଏହାର ଭିଡିଓ ରେକର୍ଡିଂ କଲେ। ଏପରି ନିନ୍ଦନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ପୀଡ଼ିତା ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଆଜି କରଞ୍ଜିଆ ଥାନା ଅଞ୍ଚଳର ରେବା (ଛଦ୍ମନାମ), ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ ଦିଅର କାମ କରିବାକୁ ଯାଇଥିଲେ। ରାସ୍ତାରେ ଦୁଇ ଭାଇ ହାଣ୍ଡିଆ ପିଇଲେ। ଏହି ସମୟରେ ରେବା ଶୌଚ ପାଇଁ ନଦୀ ପଠାକୁ ଯାଇଥିଲେ। ନିଶାରେ ଟଳମଳ ହେଉଥିବା ଦୁଇ ଭାଇ ମଧ୍ୟ ତାଙ୍କ ପଛେ ପଛେ ନଦୀ ପଠାକୁ ଯାଇଥିଲେ। ସେଠାରେ ଭାଉଜଙ୍କୁ ସମ୍ପର୍କୀୟ ଦିଅର ଦୁଷ୍କର୍ମ କରିଥିଲେ। ଆଉ ସ୍ୱାମୀ ଏହାକୁ ବିରୋଧ କରିବା ପରିବର୍ତ୍ତେ ମୋବାଇଲ୍‌ରେ ଭିଡିଓ ରେକର୍ଡିଂ କରିଥିଲେ।

ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଘଷିପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି। ଏପରିକି ପୀଡ଼ିତା ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story