Advertisment

ଏମିତି ଏକ ଗାଁ, ଯେଉଁଠି କେହି ମାଡ଼ିନାହାନ୍ତି କଲେଜ ମାଟି

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଜଙ୍ଗଲ ପାହାଡ଼ ଭିତରେ ଗାଁଟିଏ। ରୁହନ୍ତି ପ୍ରାୟ ୩୫ ଆଦିବାସୀ ପରିବାର। ହେଲେ ତାଜୁବ୍‌ର ବିଷୟ ଏ ପର୍ଯ୍ୟନ୍ତ ଏହି ଗାଁରୁ ଜଣେ ବି ବ୍ୟକ୍ତି କଲେଜ ମାଟି ମାଡ଼ିପାରିନାହାନ୍ତି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଯାମୁଯୋରୀ ପଞ୍ଚାୟତର କଈଁଙ୍ଗ ଗାଁରେ ଏଭଳି ବିଡ଼ମ୍ବନା ନଜର ଆସିଛି। ଯାହା ସରକାରଙ୍କ ବିକାଶ ବାହାସ୍ଫୋଟକୁ ପ୍ରହସନ ବୋଲି ପ୍ରମାଣିତ କରିଛି। ଏଠାର ବାସିନ୍ଦାଙ୍କୁ ନା ଉତ୍ତମ ଶିକ୍ଷା ମିଳୁଛି, ନା ସ୍ୱାସ୍ଥ୍ୟ ସେବା […]

ଏମିତି ଏକ ଗାଁ, ଯେଉଁଠି କେହି ମାଡ଼ିନାହାନ୍ତି କଲେଜ ମାଟି

village

Advertisment

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଜଙ୍ଗଲ ପାହାଡ଼ ଭିତରେ ଗାଁଟିଏ। ରୁହନ୍ତି ପ୍ରାୟ ୩୫ ଆଦିବାସୀ ପରିବାର। ହେଲେ ତାଜୁବ୍‌ର ବିଷୟ ଏ ପର୍ଯ୍ୟନ୍ତ ଏହି ଗାଁରୁ ଜଣେ ବି ବ୍ୟକ୍ତି କଲେଜ ମାଟି ମାଡ଼ିପାରିନାହାନ୍ତି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଯାମୁଯୋରୀ ପଞ୍ଚାୟତର କଈଁଙ୍ଗ ଗାଁରେ ଏଭଳି ବିଡ଼ମ୍ବନା ନଜର ଆସିଛି। ଯାହା ସରକାରଙ୍କ ବିକାଶ ବାହାସ୍ଫୋଟକୁ ପ୍ରହସନ ବୋଲି ପ୍ରମାଣିତ କରିଛି। ଏଠାର ବାସିନ୍ଦାଙ୍କୁ ନା ଉତ୍ତମ ଶିକ୍ଷା ମିଳୁଛି, ନା ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା।

Advertisment

ସମ୍ବଲପୁର ଶେଷ ସୀମାରେ ରହିଛି ଏହି ଗାଁ। ଗାଁ ଠାରୁ ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ପ୍ରାୟ ୬୦କି.ମି  ଓ ବ୍ଲକ ଅଫିସ୍ ଦୂରତା ପ୍ରାୟ ୪୫ କି.ମି। ଗାଁ ଠାରୁ ପ୍ରାୟ ୮ କିଲୋମିଟର ଦୂରରେ ରହିଛି କୂଡ଼ାନାଳି ବିଦ୍ୟାଳୟ । ଯେଉଁଠାରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିବାର ବ୍ୟବସ୍ଥା ରହିଛି। ସେହିପରି ଗାଁ ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଘୁଷୁରାମାଲ୍‌ରେ ରହିଛି ହାଇସ୍କୁଲ। ନାକଟିଦେଉଳରେ ଥିବା କଲେଜର ଦୂରତା ପ୍ରାୟ ୫୦ କିଲୋମିଟର। ତେଣୁ ଏଠାର ପିଲାମାନଙ୍କୁ ପାଠପଢ଼ିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏହି ଗାଁକୁ ନଥିଲା ରାସ୍ତା। ବହୁ ଦାବି ପରେ ଚଳିତ ବର୍ଷ ଏଠାକୁ ନିର୍ମାଣ ହୋଇଛି ରାସ୍ତା। ଯାତାୟତ ଏକପ୍ରକାର ସୁଗମ ହୋଇଛି ସତ। ହେଲେ ଏହି ଗାଁର ପିଲାମାନଙ୍କ ପାଠପଢ଼ା ନେଇ ଏ ପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେନ ନିଆଯାଇନି। ତେଣୁ ପ୍ରତି ବର୍ଷ ଏହି ଗାଁରୁ ଯେତିକି ପିଲା ମାଟ୍ରିକ ପରୀକ୍ଷା ଦେଇ ପାସ୍ କରୁଛନ୍ତି, ସେଥିଭିତରୁ ଜଣେ ବି ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ଦେଖାଉନାହାନ୍ତି। ଯେହେତୁ କେହିବି କଲେଜରେ ନାମ ଲେଖାଉନାହାନ୍ତି, ତେଣୁ ସେମାନଙ୍କ ଭବିଷ୍ୟତ ଆଗକୁ ବଢ଼ି ପାରୁନି।

Advertisment

ଏଠାର ଲୋକଙ୍କ କହିବା କଥା, ଏହାର ମୁଖ୍ୟକାରଣ ହେଲା ପାଠପଢ଼ିବାକୁ ଏତେଦୂର ଯିବାଆସିବା କରିବାରେ ଅସୁବିଧା ହେଉଛି। କଲେଜରେ ରହି ପାଠପଢ଼ିବାର ବ୍ୟବସ୍ଥା ନାହିଁ। ଏତେଦୂରରେ ସେମାନଙ୍କ ସମ୍ପର୍କିୟ କେହି ନାହାନ୍ତି, ଥିଲେ ହୁଏତ ସେମାନଙ୍କ ଘରେ ରହି ପିଲା ପାଠପଢ଼ି ପାରନ୍ତେ। ପିଲାମାନେ ଉଚ୍ଚ ଶିକ୍ଷା ନିମନ୍ତେ ଆଗ୍ରହୀ ଥିଲେ ହେଁ, ସେମାନଙ୍କ ସୁରକ୍ଷା ଆଖି ଆଗରେ ରଖି ପ୍ରତିଦିନ ଏତେବାଟ ଛାଡ଼ି ହେଉନି। ଏହାଛଡ଼ା ପାଠପଢା ଖର୍ଚ୍ଚ ତୁଲାଇବା ମଧ୍ୟ ସମ୍ଭବପର ନୁହେଁ।

ଏଠାରେ ବସବାସ କରୁଥିବା ଅଧିକାଂଶ ଲୋକ ମୂଲମଜୁରୀ କିମ୍ବା ଜଙ୍ଗଲ ଜାତ ସାମଗ୍ରୀ ବିକ୍ରି କରି ଜୀବିକା ନିର୍ବାହ କରନ୍ତି। କୌଣସି ଗୋଟିଏ ବି ପରିବାରକୁ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ମିଳିପାରିନି। ସମସ୍ତେ ବିପଦସଙ୍କୁଳ ଝାଟିମାଟି ଘରେ ବସବାସ କରୁଛନ୍ତି। ଏଠାର ଲୋକମାନଙ୍କୁ ପିଡ଼ିଏସ୍ ସାମଗ୍ରୀ ଆଣିବା ପାଇଁ ୮ କିଲୋମିଟର ଦୂର କୁଡ଼ାନାଳି ଯିବାକୁ ପଡ଼ୁଛି। ଶୌଚାଳୟ ସହାୟତ ମଧ୍ୟ ଅଧିକାଂଶ ପରିବାରକୁ ମିଳିନି। ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦେବାକୁ ପ୍ରଶାସନ ଦୃଷ୍ଟି ଦେଉନି। ତେଣୁ ଲୋକେ କୂଅ ଖୋଳି ପାଣି ବ୍ୟବହାର କରୁଛନ୍ତି। ଏହି ଗାଁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳି ଭିତରେ ଆସୁଛି। ଏହି ନିର୍ବାଚନ ମଣ୍ଡଳିରୁ ବିଧାୟକ ହୋଇଥିବା ରୋହିତ ପୂଜାରି ଏବେ ଉଚ୍ଚଶିକ୍ଷା ମନ୍ତ୍ରୀ। ହେଲେ ତାଙ୍କ ଅଞ୍ଚଳର ଏଭଳି ଅବସ୍ଥା। ତେଣୁ ଦେଖିବାର କଥା ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ ସେ କେବେ ଦୃଷ୍ଟି ଦେଉଛନ୍ତି।

ତେବେ ଲୋକଙ୍କ ଏଭଳି ସମସ୍ୟା ନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe