କରୋନା ମୁକାବିଲା ବେଳେ ଅଚାନକ ଲମ୍ବା ଛୁଟିରେ ପଳାଇଲେ ସ୍ୱାସ୍ଥ୍ୟ ସଚିବ, କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜିଠୁ ଲମ୍ବା ଛୁଟିରେ ପଳାଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଅନୁପସ୍ଥିତିରେ କୃଷି ଉତ୍ପାଦନ କମିଶନର ଆର.କେ.ଶର୍ମା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ଅଚାନକ […]

pradeep mahapatra

pradeep mahapatra

Ordigital Desk
  • Published: Tuesday, 14 September 2021
  • Updated: 14 September 2021, 09:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜିଠୁ ଲମ୍ବା ଛୁଟିରେ ପଳାଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଅନୁପସ୍ଥିତିରେ କୃଷି ଉତ୍ପାଦନ କମିଶନର ଆର.କେ.ଶର୍ମା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ଅଚାନକ ଲମ୍ବା ଛୁଟିରେ ଯିବାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଲାଗିରହିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଛନ୍ତି। ତେବେ କୋଭିଡ୍ ମହାମାରୀର ତୃତୀୟ ଲହରର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଅନେକ ପଦକ୍ଷେପ ନେଇଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ମହାପାତ୍ରଙ୍କର ଏଭଳି ଲମ୍ବା ଛୁଟି ଉଭୟ ପ୍ରଶାସନିକ ଓ ରାଜନୀତିକ ମହଲରେ ଭ୍ରୁକୁଂଚନ ସୃଷ୍ଟି କରିଛି। ତାଙ୍କର ଅଚାନକ ଛୁଟିରେ ଯିବାକୁ ନେଇ ଆନୁଷ୍ଠାନିକ ଭାବେ କେହି ମୁହଁ ଖୋଲୁନଥିବାବେଳେ ତାଙ୍କ କାର୍ଯ୍ୟରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଏଭଳି ନିଷ୍ପତ୍ତି ସେ ନେଇଥିବା ଚର୍ଚ୍ଚା ହେଉଛି।

ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ପ୍ରସ୍ତୁତି ଓ କୋଭିଡ୍ ପରିଚାଳନାରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଓ ତୃତୀୟ ମହଲା ମଧ୍ୟରେ ଗତ ପ୍ରାୟ ୧୫ଦିନ ଧରି ଛକାପଞ୍ଝା ଲାଗି ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜୁନିୟର ଆଇଏଏସ୍ ଅଫିସରମାନଙ୍କ ଦ୍ୱାରା ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟେକ କାର୍ଯ୍ୟର ସ୍କାନିଂ କରାଯାଉଥିବା ଓ ସବୁ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ସେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ। ଗତ କିଛିଦିନ ଧରି କୋଭିଡ୍ ପରିଚାଳନା ଓ ବିଜୁ ସ୍ମାର୍ଟ ହେଲଥ କାର୍ଡ ପ୍ରସ୍ତୁତି ପ୍ରସଙ୍ଗରେ ଏହି ଛକାପଞ୍ଝାରେ ଅଧିକ ତିକ୍ତତା ଆସିଥିଲା ବୋଲି ଶୁଣିବାକୁ ମିଳୁଛି। ଆଉ ଏହି କାରଣରୁ ରାଜ୍ୟରେ କୋଭିଡର ତୃତୀୟ ପର୍ଯ୍ୟାୟ ଲହରର ମୁକାବିଲାବେଳେ ଶ୍ରୀ ମହାପାତ୍ର ଅଚାନକ ଛୁଟିରେ ପଳାଇଲେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗରେ ହେଉଥିବା ଚର୍ଚ୍ଚା ଅନୁସାରେ, କୋଭିଡ୍ ମୃତ୍ୟୁକୁ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଅକ୍ଟୋବର ୪ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିପାଇଁ ସଚିବ ଶ୍ରୀ ମହାପାତ୍ରଙ୍କ ଉପରେ ଚାପ ରହିଥିଲା। ସରକାରଙ୍କ ଚାପ ଓ ହାଇକୋର୍ଟଙ୍କ ତାଗିଦ ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ପଳାଇଛନ୍ତି। ଅବଶ୍ୟ, ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଏବେ କୌଣସି ଟ୍ରେନିଂ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଗସ୍ତରେ ଯାଉନଥିବା ସ୍ପଷ୍ଟ ସୂଚନା ମିଳିଛି। ଆଉ ସ୍ୱାସ୍ଥ୍ୟଗତ କାରଣରୁ ବି ଛୁଟିରେ ଯାଇଥିବାର ଚର୍ଚ୍ଚାରେ ଦମ୍ ନାହିଁ।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍‌-୧୯କୁ ରାଜ୍ୟ ସରକାର ‘ମହାମାରୀ’ ଘୋଷଣା କରି ଏହାର ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ଭାବେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ଦେଇଥିଲେ। ତତକାଳୀନ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ କାର୍ଯ୍ୟରେ ସରକାର ଅସନ୍ତୁଷ୍ଟ ହୋଇ ତାଙ୍କୁ ଅଚାନକ ହଟାଇବା ସହ ଶ୍ରୀ ମହାପାତ୍ରଙ୍କୁ ସେଠାରେ ଫୁଲଟାଇମ୍ ନିଯୁକ୍ତି ଦେଇଥିଲେ। କୋଭିଡ୍ ଭଳି ମହାମାରୀକୁ ପ୍ରଥମରୁ ଦକ୍ଷତାର ସହ ମୁକାବିଲା ତଥା ମାନବିକ ସମ୍ବେଦନଶୀଳତା ଦେଖାଇ ଶ୍ରୀ ମହାପାତ୍ର ସେତେବେଳେ ପ୍ରଶଂସା ସାଉଁଟିଥିଲେ। ତେବେ ସବୁକିଛି ଠିକ୍‌ଠାକ୍ ଥିବାବେଳେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ପଛରେ ପକାଇ ଅନ୍ୟଜଣେ ଦକ୍ଷ ଓଡ଼ିଆ ଆଇଏଏସ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ପଦବୀରେ ଅବସ୍ଥାପିତ କରିଥିଲେ। ଶ୍ରୀ ମହାପାତ୍ର ସ୍ୱାସ୍ଥ୍ୟ ସଚିବ ଭାବେ କରୋନା ମହାମାରୀ ମୁକାବିଲାରେ ପ୍ରମୁଖ ଭୂମିକା ତୁଲାଉଥିବାରୁ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ହଟାଯାଉ ନଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏପରିକି ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟରେ କୋଭିଡ୍ ଟିକା କାର୍ଯ୍ୟକ୍ରମକୁ ବି ଆଖିଦୃଶିଆ ସଫଳତା ମଧ୍ୟ ମିଳିଛି। ଏସବୁ ସତ୍ତ୍ୱେ ତାଙ୍କର ବିଭାଗୀୟ ବିଭିନ୍ନ କାର୍ଯ୍ୟ ଓ ନିଷ୍ପତ୍ତିରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ସେ ଲମ୍ବା ଛୁଟିରେ ପଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଶ୍ରୀ ମହାପାତ୍ର ୨୦୨୪ ମେ’ ମାସରେ ସରକାରୀ ଚାକିରିରୁ ଅବସର ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story