୫ ବର୍ଷରେ ଓଡ଼ିଶାକୁ ଏନଡିଆରଏଫ୍‌ରୁ ୫୧୩୬ କୋଟି ଟଙ୍କା ଦେଇଛି କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ଗତ ୫ବର୍ଷ ମଧ୍ୟରେ ଏନଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ ୫୧୩୬.୧୭କୋଟି ଟଙ୍କା ଦେଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରେ କେନ୍ଦ୍ରର ଭାଗକୁ ବାଦ୍ ଦେଇ ଅତିରିକ୍ତ ଭାବେ ଏନଡିଆରଏଫରୁ ଏହି ପାଣ୍ଠି ଦିଆଯାଇଛି। କେନ୍ଦ୍ରରେ ଏନଡିଏ ସରକାର କ୍ଷମତାସୀନ ହେବାପରଠୁ କେନ୍ଦ୍ରୀୟ ଅବହେଳାକୁ ସ୍ଲୋଗାନ କରିଥିବା ଓଡ଼ିଶା ସରକାରଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରୁ ନିୟମିତ ଭାବେ ଏନଡିଆରଏଫରୁ ସହାୟତା ମିଳୁଛି। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ୭୫ […]

finance-graph

finance-graph

Manoranjan Sial
  • Published: Saturday, 28 November 2020
  • Updated: 28 November 2020, 08:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ଗତ ୫ବର୍ଷ ମଧ୍ୟରେ ଏନଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ ୫୧୩୬.୧୭କୋଟି ଟଙ୍କା ଦେଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରେ କେନ୍ଦ୍ରର ଭାଗକୁ ବାଦ୍ ଦେଇ ଅତିରିକ୍ତ ଭାବେ ଏନଡିଆରଏଫରୁ ଏହି ପାଣ୍ଠି ଦିଆଯାଇଛି।

କେନ୍ଦ୍ରରେ ଏନଡିଏ ସରକାର କ୍ଷମତାସୀନ ହେବାପରଠୁ କେନ୍ଦ୍ରୀୟ ଅବହେଳାକୁ ସ୍ଲୋଗାନ କରିଥିବା ଓଡ଼ିଶା ସରକାରଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରୁ ନିୟମିତ ଭାବେ ଏନଡିଆରଏଫରୁ ସହାୟତା ମିଳୁଛି। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ୭୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାରଙ୍କର ଥିବାବେଳେ ରାଜ୍ୟର ୨୫ ପ୍ରତିଶତ ଅର୍ଥ ରହିଥାଏ। ଏହାବାଦ୍ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଏନଡିଆରଏଫରୁ ସହାୟତା ପ୍ରଦାନ କରିଥାନ୍ତି। ଏନଡିଆରଏଫରୁ ୨୦୧୫-୧୬ରେ ଓଡ଼ିଶାକୁ ୧୪୭.୪୦କୋଟି ଟଙ୍କା, ୨୦୧୬-୧୭ରେ ୮୫୨.୯୫କୋଟି ଟଙ୍କା, ୨୦୧୮-୧୯ରେ ୩୪୧.୭୨କୋଟି ଟଙ୍କା, ୨୦୧୯-୨୦ରେ ୩୨୯୪.୧୦କୋଟି ଟଙ୍କା ଓ ୨୦୨୦-୨୧ରେ ୫୦୦କୋଟି ଟଙ୍କା ଆର୍ଥିକ ସହାୟତା ମିଳିଛି।

ଅନ୍ୟପକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ୨୦୧୪-୧୫ରୁ ୨୦୨୦-୨୧ ପର୍ଯ୍ୟନ୍ତ ମୋଟ ୧୦,୭୦୪.୯୯କୋଟି ଟଙ୍କା ମିଳିଛି। ଏଥିରୁ ୬୦୬୯.୨୪ କୋଟି ଟଙ୍କା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ସହାୟତା ନିମନ୍ତେ ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି। ବାକି ୪୪୫୬.୫୩କୋଟି ଟଙ୍କା ବିପର୍ଯ୍ୟୟ ଯୋଗୁ କ୍ଷତିଗ୍ରସ୍ତ ସାଧାରଣ ସମ୍ପତ୍ତିର ମରାମତି ଓ ପୁନରୁଦ୍ଧାର ପାଇଁ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos