ବିଜେପି କରୁଛି ବିଭାଜନ ରାଜନୀତି; ଏକାଠି ହେବାକୁ ଦିଦିଙ୍କ ଆହ୍ୱାନ

ଭୁବନେଶ୍ୱର: ବିଜେପି ବିଭାଜନ ରାଜନୀତି କରୁଛି। ଏହାକୁ ଟକ୍କର ଦେବା ପାଇଁ ଆଞ୍ଚଳିକ ଦଳ ଗୁଡିକ ଶକ୍ତିଶାଳୀ ହେବା ଦରକାର। ଏଥିପାଇଁ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଦିଦି) କହିଛନ୍ତି। ଆଞ୍ଚଳିକ ଦଳ ଗୁଡ଼ିକୁ ନେଇ ଜାତୀୟ ସମୀକରଣରେ ଚର୍ଚ୍ଚା ଚାଲିଥିବା ବେଳେ ମମତାଙ୍କ ଏହି ମନ୍ତବ୍ୟର ବେଶ୍‌ ଗୁରୁତ୍ୱ ରହୁଛି। ଓଡ଼ିଶା ଆସିବା ପୂର୍ବରୁ ମମତା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା […]

Mamata-Bannerjee123

Rakesh Mallick
  • Published: Wednesday, 19 April 2017
  • , Updated: 20 April 2017, 08:15 AM IST

ଭୁବନେଶ୍ୱର: ବିଜେପି ବିଭାଜନ ରାଜନୀତି କରୁଛି। ଏହାକୁ ଟକ୍କର ଦେବା ପାଇଁ ଆଞ୍ଚଳିକ ଦଳ ଗୁଡିକ ଶକ୍ତିଶାଳୀ ହେବା ଦରକାର। ଏଥିପାଇଁ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଦିଦି) କହିଛନ୍ତି। ଆଞ୍ଚଳିକ ଦଳ ଗୁଡ଼ିକୁ ନେଇ ଜାତୀୟ ସମୀକରଣରେ ଚର୍ଚ୍ଚା ଚାଲିଥିବା ବେଳେ ମମତାଙ୍କ ଏହି ମନ୍ତବ୍ୟର ବେଶ୍‌ ଗୁରୁତ୍ୱ ରହୁଛି।

ଓଡ଼ିଶା ଆସିବା ପୂର୍ବରୁ ମମତା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ଏନ୍‌ସିପି ନେତାଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରେ ଭେଟିଥିଲେ। ତେବେ ମମତା ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କୁ ଭେଟିବା ଏକରକମ ନିଶ୍ଚିତ ରହିଛି। ଦୁଇ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ନିର୍ବାଚନ, ଜାତୀୟ ସ୍ତରରେ ମହାଗଠବନ୍ଧନ ଓ ଚିଟ୍‌ଫଣ୍ଡ କେଳେଙ୍କାରୀର ସିବିଆଇ ତଦନ୍ତ ପ୍ରମୁଖ ବିଷୟ ଉପରେ ଆଲୋଚନା କରିପାରନ୍ତି।

ପୂର୍ବରୁ ମହାଗଠବନ୍ଧନ ନେଇ ନବୀନ ପଟ୍ଟନାୟକ କହିଥିଲେ,“ସାଧାରଣ ନିର୍ବାଚନ ପାଇଁ ବହୁ ସମୟ ଅଛି। ଏବେଠାରୁ କିଛି କହିହେବ ନାହିଁ।”

ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମମତା। ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ତଦନ୍ତ କେନ୍ଦ୍ରର ଏକ ଚାଲ ବୋଲି କହିଥିଲେ। ସେହିପରି ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ଭୂମିକାକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ମମତା।

ମମତାଙ୍କ କେନ୍ଦ୍ର ବିରୋଧୀ ମନ୍ତବ୍ୟକୁ ବିଜେଡି ସମର୍ଥନ କରିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ବିଜେପି ବିଭାଜନ କରେ, ଏହି ତଥ୍ୟ ସମସ୍ତଙ୍କ ପାଖରେ ଅଛି। ଏହାକୁ ଖଣ୍ଡନ କରିହେବ ନାହିଁ। ଆସାମ ଘଟଣା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।”

ଟିଏମ୍‌ସି ଓ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେଶ ପୂଜାରୀ କହିଛନ୍ତି,“ମମତାଙ୍କଠାରୁ ଲୋକେ ଦୂରେଇ ଗଲେଣି। ଟିଏମ୍‌ସି ଭାଙ୍ଗିବା ଆରମ୍ଭ କଲାଣି। ଏପରି ସ୍ଥଳେ ମମତାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ବିଜେପି ଘର ଭଙ୍ଗା ନୀତିକୁ ବିଶ୍ୱାସ କରେ ନାହିଁ।

ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଗିରଫ ଟିଏମ୍‌ସି ସାଂସଦ ତାପସ ପାଲ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଗତକାଲି ସାକ୍ଷାତ କରିଥିଲେ। ତେବେ ନବୀନଙ୍କ ସହ ତାଙ୍କର କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related story