ବୀରଭୂମି ଘଟଣାର ପୁନରାବୃତ୍ତି; ଦମ୍ପତିଙ୍କୁ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କେନ୍ଦୁଝର(ପ୍ରଣୟ ପାଣି): ପଶ୍ଚିମବଙ୍ଗବୀରଭୂମିରେ ଘଟିଥିବା ଲୋମଟାଙ୍କୁରା ହିସାଂକାଣ୍ଡର ପୁନରାବୃତ୍ତି ହୋଇଛି କେନ୍ଦୁଝର ଜିଲ୍ଲାର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ । ବୟସ୍କ ଦମ୍ପତି ଶୋଇଥିବା ବେଳେ ରାତି ଅଧରେ ଦୁର୍ବୃତ୍ତ ଘର ବାହାରେ ତାଲା ପକାଇ ନିଆଁ ଲଗାଇ ଦେଇଛନ୍ତି। ପାଖପଡ଼ୋଶୀ ଯେପରି ଉଦ୍ଧାର କରି ନ ପାରିବେ ସେଥିନିମନ୍ତେ ସେମାନଙ୍କ ଘର ବାହାରେ ବି ତାଲା ଝୁଲାଇଦେଲେ ଦୁର୍ବୃତ୍ତ। ଏପରି ଅମାନବୀୟ କାଣ୍ଡରେ ବୟସ୍କ ଦମ୍ପତି ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। […]

house

house

Niharika Rout
  • Published: Monday, 22 August 2022
  • Updated: 22 August 2022, 01:16 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ପଶ୍ଚିମବଙ୍ଗବୀରଭୂମିରେ ଘଟିଥିବା ଲୋମଟାଙ୍କୁରା ହିସାଂକାଣ୍ଡର ପୁନରାବୃତ୍ତି ହୋଇଛି କେନ୍ଦୁଝର ଜିଲ୍ଲାର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ । ବୟସ୍କ ଦମ୍ପତି ଶୋଇଥିବା ବେଳେ ରାତି ଅଧରେ ଦୁର୍ବୃତ୍ତ ଘର ବାହାରେ ତାଲା ପକାଇ ନିଆଁ ଲଗାଇ ଦେଇଛନ୍ତି। ପାଖପଡ଼ୋଶୀ ଯେପରି ଉଦ୍ଧାର କରି ନ ପାରିବେ ସେଥିନିମନ୍ତେ ସେମାନଙ୍କ ଘର ବାହାରେ ବି ତାଲା ଝୁଲାଇଦେଲେ ଦୁର୍ବୃତ୍ତ। ଏପରି ଅମାନବୀୟ କାଣ୍ଡରେ ବୟସ୍କ ଦମ୍ପତି ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଗୁରୁତର ହୋଇଥିବା ଦମ୍ପତି ହେଲେ  ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତି ପଲେଇ ।

ଉଭୟ ଉଗ୍ରସେନ ଓ ଜୟନ୍ତିଙ୍କ ବୟସ ପାଖାପାଖି ୬୦ ଛୁଇଁଲାଣି। ଧଗୋଠ ଗ୍ରାମସ୍ଥିତ ଘରେ ଏହି ଦମ୍ପତି ଏକୁଟିଆ ରହୁଥିବା ବେଳେ ସେମାନଙ୍କ ପିଲାଛୁଆ ବାହାରେ ରହୁଥିଲେ। ଗତକାଲି ରାତିରେ ଉଭୟ ଉଗ୍ରସେନ ଓ ଜୟନ୍ତି ନିଜ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସେମାନଙ୍କ ଘର ସମେତ ପାଖ ପଡ଼ୋଶୀଙ୍କ ଘର ବି ବାହାରୁ ତାଲା ପକାଇ ଦେଇଥିଲେ। ଏହାପରେ ସେମାନେ ଉଗ୍ରସେନଙ୍କ ଘର ଚାରିପଟେ  ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ।

କିଛି ସମୟ ପରେ ଉଭୟ ଉଗ୍ରସେନ ଓ ଜୟନ୍ତିଙ୍କ ନିଦ ଭାଙ୍ଗିବାରୁ ସେମାନେ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କରିଥିଲେ। ଏହି ଦମ୍ପତିଙ୍କ ଚିତ୍କାର ଶୁଣି ପଡ଼ୋଶୀଙ୍କ ନିଦ ଭାଙ୍ଗିଥିଲେ ବି ସେମାନଙ୍କ ଘରେ ତାଲା ପଡ଼ିଥିବାରୁ ତୁରନ୍ତ ସାହାଯ୍ୟ କରିବାକୁ ଆସି ପାରି ନ ଥିଲେ। କିଛି ସମୟ ପରେ କୌଣସି ମତେ ଏହି ଦମ୍ପତିଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ହରିଚନ୍ଦନପୁର୍ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଆଜି ସକାଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ତେବେ କିଏ ଓ କାହିଁକି ଏପରି ନୃଶଂସ କାଣ୍ଡ ଘଟାଇଲା, ଏହା ପଛରେ ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ଅଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos