ମାହାଙ୍ଗା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ବିଜେପି ଟାର୍ଗେଟ କରିଛି। ପୋଲିସ୍ ବିଭାଗ ବିଜେଡିର ନା ସରକାରର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଉପ ସଭାପତି ସମୀର ମହାନ୍ତି ଏକ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, “ସାଂସଦ ପୂର୍ବରୁ କହିଥିଲେ ପୋଲିସ୍ ସାମ୍ନାରେ ଆକ୍ରମଣ ହୋଇଛି। ଏହା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ପରିଚୟ ନୁହେଁ କି ?” ସମୀର ଆହୁରି କହିଛନ୍ତି, “ଅପରାଧୀ କେବେ ଧରାହେବେ? ପୋଲିସ୍ ନିରବ […]

samirmohanty

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 01:56 PM IST

ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ବିଜେପି ଟାର୍ଗେଟ କରିଛି। ପୋଲିସ୍ ବିଭାଗ ବିଜେଡିର ନା ସରକାରର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଉପ ସଭାପତି ସମୀର ମହାନ୍ତି ଏକ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି, “ସାଂସଦ ପୂର୍ବରୁ କହିଥିଲେ ପୋଲିସ୍ ସାମ୍ନାରେ ଆକ୍ରମଣ ହୋଇଛି। ଏହା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ପରିଚୟ ନୁହେଁ କି ?”

ସମୀର ଆହୁରି କହିଛନ୍ତି, “ଅପରାଧୀ କେବେ ଧରାହେବେ? ପୋଲିସ୍ ନିରବ ଦ୍ରଷ୍ଟା କାହିଁକି? ମୁଖ୍ୟମନ୍ତ୍ରୀ ଭାବେ ନବୀନ ନିଜର କର୍ତ୍ତବ୍ୟ କରିଛନ୍ତି କି ?”

ଏହାସହ ସାମ୍ ପିଟ୍ରୋଡାଙ୍କ ନିଯୁକ୍ତିକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ପିଟ୍ରୋଡାଙ୍କୁ ନେଇ ବିଜେପିର ପୂର୍ବ ଅଭିଯୋଗ ସତ୍ୟ ହୋଇଛି।  ସୋନିଆ-ନବୀନଙ୍କ ମଧୁଚନ୍ଦ୍ରିକାର ପିଟ୍ରୋଡ଼ା ହେଉଛନ୍ତି ସୂତ୍ରଧର।  ଏଣୁ ବୈଷୟିକ ପରାମର୍ଶଦାତା ପଦରୁ ସାମ୍ ପିଟ୍ରୋଡାଙ୍କୁ ବହିଷ୍କାର କରିବା ପାଇଁ ଦଳ ଦାବି କରୁଛି।”

 

Related story