ନୂଆପଡ଼ା-ବରଗଡ଼ ରେଳ ଲାଇନ୍‌କୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନୂଆପଡ଼ା-ବରଗଡ଼ ମଧ୍ୟରେ ଗଡ଼ିବ ରେଳ। କାରଣ ନୂଆପଡ଼ା ରୋଡ୍‌-ବରଗଡ଼ ରୋଡ୍‌ ରେଳ ଲାଇନ୍‌କୁ ମିଳିଛି କେନ୍ଦ୍ରର ମଞ୍ଜୁରୀ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ସୁରେଶ ପୂଜାରୀ। ମୋର ଅନୁରୋଧ କୁ ଗ୍ରହଣ କରି ବରଗଡ ରୋଡ୍ ରୁ ନୁଆଁପତା ରୋଡ୍ ନୁତନ ରେଳପଥ ପ୍ରକଳ୍ପ କୁ କେନ୍ଦ୍ର […]

railway

Manoranjan Sial
  • Published: Monday, 03 January 2022
  • , Updated: 03 January 2022, 05:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନୂଆପଡ଼ା-ବରଗଡ଼ ମଧ୍ୟରେ ଗଡ଼ିବ ରେଳ। କାରଣ ନୂଆପଡ଼ା ରୋଡ୍‌-ବରଗଡ଼ ରୋଡ୍‌ ରେଳ ଲାଇନ୍‌କୁ ମିଳିଛି କେନ୍ଦ୍ରର ମଞ୍ଜୁରୀ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ସୁରେଶ ପୂଜାରୀ।

https://twitter.com/sureshkpujari/status/1477909428099641345?s=20

ସୂଚନାରୁ ପ୍ରକାଶ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଅଗଷ୍ଟ ୫ ତାରିଖ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ନୂଆପଡ଼ା ରୋଡ୍‌-ବରଗଡ଼ ରୋଡ୍‌ ରେଳ ଲାଇନ୍‌କୁ ମଂଜୁରୀ ଦେବାକୁ ଅନୁରୋଧ କରିଥିଲେ। ସାଂସଦଙ୍କ ଅନୁରୋଧକୁ ରକ୍ଷା କରି ରେଳ ମନ୍ତ୍ରଣାଳୟ ନୂଆପଡ଼ା-ବରଗଡ଼ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବା ଶ୍ରୀ ବୈଷ୍ଣବ ଚିଠି ଲେଖି ଅବଗତ କରାଇଛନ୍ତି। ନୂଆପଡ଼ା ରୋଡ୍‌-ବରଗଡ଼ ରୋଡ୍‌ ରେଳ ଲାଇନ୍‌ ୧୪୨ କିମି ହେବ। ଏହି ରେଳପଥରେ ୧୪ଟି ଷ୍ଟେସନ ରହିବ। ଏଥିସହ ନବବର୍ଷ ପାଇଁ ଶ୍ରୀ ବୈଷ୍ଣବ, ସାଂସଦ ସୁରେଶ ପୂଜାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

Related story