ରେଷ୍ଟୁରାଣ୍ଟ ଖୋଲିବ, କେବଳ ହୋମ୍‌ ଡେଲିଭରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ହୋଟେଲ ଓ ରେଷ୍ଟୁରାଣ୍ଟ ଚାଲି ପାରିବ। ଏଥିପାଇଁ ରାଜ୍ୟ ସରକାର କିଛି ସର୍ତ୍ତରଖି ଅନୁମତି ଦେଇଛନ୍ତି। ସର୍ତ୍ତଅନୁସାରେ ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। କିନ୍ତୁ ସେଠାରେ ବସି ଖାଇହେବ ନାହିଁ। ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ […]

hotel

Manoranjan Sial
  • Published: Monday, 03 August 2020
  • , Updated: 04 August 2020, 08:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ହୋଟେଲ ଓ ରେଷ୍ଟୁରାଣ୍ଟ ଚାଲି ପାରିବ। ଏଥିପାଇଁ ରାଜ୍ୟ ସରକାର କିଛି ସର୍ତ୍ତରଖି ଅନୁମତି ଦେଇଛନ୍ତି।

ସର୍ତ୍ତଅନୁସାରେ ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। କିନ୍ତୁ ସେଠାରେ ବସି ଖାଇହେବ ନାହିଁ। ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ରାଜ୍ୟ ସରକାର ସର୍ତ୍ତ ରଖିଛନ୍ତି।

ଗତ ଶନିବାର ଭୁବନେଶ୍ୱର ମହାନଗର ନିଗମ ରାଜଧାନୀରେ ସପିଂ ମଲ୍‌ ଖୋଲିବାକୁ ଅନୁମତି ଦେଇଥିଲେ। ଯାହାଫଳରେ ଆଜି ଭୁବନେଶ୍ୱରରେ ସବୁ ସପିଂ ମଲ୍‌ ଖୋଲିଛି। କିନ୍ତୁ ଏଥିପାଇଁ ବିଏମ୍‌ସି କିଛି ସର୍ତ୍ତ ରଖିଛନ୍ତି।

ବିଏମ୍‌ସି ଗାଇଡ୍‌ଲାଇନ୍‌ ଅନୁସାରେ ମଲ୍‌ ପରିସରରେ କୌଣସି ପ୍ରକାଶ ପ୍ରମୋସନାଲ୍‌ କାର୍ଯ୍ୟକ୍ରମ ହୋଇପାରିବନାହିଁ। ମଲ୍‌ରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରାହକମାନେ ଆରୋଗ୍ୟ ସେତୁ ଆପ୍‌ ଏବଂ ସଚେତନ ଆପ୍‌ ଡାଉନ୍‌ଲୋଡ୍‌ କରିବେ। ମଲ୍‌ର ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଜ୍ୱର/ଥଣ୍ଡା ହୋଇଥିଲେ କୌଣସି ଗ୍ରାହକ ମଲ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ।

ମଲ୍‌ ଭିତରକୁ ପ୍ରବେଶ ବେଳେ ସମସ୍ତଙ୍କୁ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ। ଏହାଛଡ଼ା ମଲ୍‌ କର୍ମଚାରୀ ଓ ଗ୍ରାହକଙ୍କ ଭିତରେ ଦୂରତା ଅତି କମ୍‌ରେ ୬ ଫୁଟ୍‌ ରହିବ। ମଲ୍‌ରେ ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏହାଛଡ଼ା ମଲ୍‌ ଭିତରେ ଏସି ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ସେଲ୍‌ସିୟସ୍ ଓ ଆଦ୍ରତା ୪୦ରୁ ୭୦% ରହିବ।

 

Related story