ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ବେହାଲ

ଆନନ୍ଦପୁର/ତେଲକୋଇ(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ ବେହାଲ ହୋଇପଡ଼ିଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁ ଶାଳପଡ଼ା, ପଦ୍ମପୁର, ଘଷିପୁରା, ଫକୀରପୁର,ତରତରା, ଖାଲିଆମେଣ୍ଟା ଆଦି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। କିଛି ଅଞ୍ଚଳର ଘର ଭିତରେ ପାଣି ପଶିଛି। ରାସ୍ତାରେ ଆଣ୍ଠୁଏ ଲେଖାଏ ପାଣି ଚାଲିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଦ୍ମପୁରରେ ଦମକଳ ବାହିନୀ ପକ୍ଷରୁ ଜଳନିଷ୍କାସନ କରାଯାଇଛି। ବାଂଖିଡି ଗାଁରେ କାନ୍ଥପଡ଼ି ଜଣେ ମହିଳା ଗୁରୁତର ଅବସ୍ଥାରେ ଆନନ୍ଦପୁର […]

keonjhar

Jyoshna Pradhan
  • Published: Saturday, 07 September 2019
  • , Updated: 07 September 2019, 02:56 PM IST

ଆନନ୍ଦପୁର/ତେଲକୋଇ(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ ବେହାଲ ହୋଇପଡ଼ିଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁ ଶାଳପଡ଼ା, ପଦ୍ମପୁର, ଘଷିପୁରା, ଫକୀରପୁର,ତରତରା, ଖାଲିଆମେଣ୍ଟା ଆଦି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। କିଛି ଅଞ୍ଚଳର ଘର ଭିତରେ ପାଣି ପଶିଛି। ରାସ୍ତାରେ ଆଣ୍ଠୁଏ ଲେଖାଏ ପାଣି ଚାଲିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଦ୍ମପୁରରେ ଦମକଳ ବାହିନୀ ପକ୍ଷରୁ ଜଳନିଷ୍କାସନ କରାଯାଇଛି।

ବାଂଖିଡି ଗାଁରେ କାନ୍ଥପଡ଼ି ଜଣେ ମହିଳା ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗଳିଗୋପୀନାଥପୁର ଗାଁ ରାସ୍ତା ମଧ୍ୟ ଜଳାର୍ଣ୍ଣବ ହୋଇପଡିଛି। ବୈତରଣୀରୁ ଶାଳନ୍ଦୀ ନଦୀ ସଂଯୋଗୀକରଣ ମୁଖ୍ୟ କେନାଲର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଟେନାର ନାଳ ଉପରେ ଥିବା ପୋଲ ଉପରେ ୫ ଫୁଟ ଉଚ୍ଚରେ ପାଣି ଚାଲିଛି। ଫଳରେ ଦେଉଳଡିହା ଓ କରଦାଙ୍ଗି ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

Related story