ଜଣେ ଥିଲେ ସ୍ୱାଧୀନ ଯୋଦ୍ଧା, ଏବେ ସେ ନବୀନ ଶରଣରେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟୟବହୁଳ ନିର୍ବାଚନ ଯୁଦ୍ଧର ପରମ୍ପରା ଭିତରେ ଭିନ୍ନ ଜଣେ ଯୋଦ୍ଧା ଥିଲେ ମକରନ୍ଦ ମୁଦୁଲି। ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ହେଲେ ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ସେ ଜନତାଙ୍କ ଭାଗ୍ୟବିଧାତା ପାଲଟି ଯାଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନରେ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ଏବେ ସେ ଶାସକ ବିଜେଡି ଆଡ଼େ ମୁହାଁଇବାକୁ ନେଇ ଚର୍ଚ୍ଚା ହେଉଛି। ତେବେ ଏହି […]

indipandent-mla-may-be-join-in-bjd

Manoranjan Sial
  • Published: Monday, 13 January 2020
  • , Updated: 13 January 2020, 05:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟୟବହୁଳ ନିର୍ବାଚନ ଯୁଦ୍ଧର ପରମ୍ପରା ଭିତରେ ଭିନ୍ନ ଜଣେ ଯୋଦ୍ଧା ଥିଲେ ମକରନ୍ଦ ମୁଦୁଲି। ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ହେଲେ ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ସେ ଜନତାଙ୍କ ଭାଗ୍ୟବିଧାତା ପାଲଟି ଯାଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନରେ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ଏବେ ସେ ଶାସକ ବିଜେଡି ଆଡ଼େ ମୁହାଁଇବାକୁ ନେଇ ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା ଭିତରେ ମକରନ୍ଦ ମୁଦୁଲି ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ସରକାର ଯୁଆଡେ, ଆମେ ସେ ଆଡ଼େ। କିନ୍ତୁ ବିଜେଡିରେ ମିଶିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରୁନାହାନ୍ତି।

୮୦୦୦ କୋଟି ଟଙ୍କା ବ୍ୟୟରେ ଆଦିତ୍ୟ ବିର୍ଲା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡ଼ାରେ କରିବ ରିଫାଇରାନାରୀ ପ୍ଲାଣ୍ଟ। ଏହାକୁ ରାଜ୍ୟ ସରକାର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଆଉ ଏହି ଖୁସି ଜାହିର କରିବା ପାଇଁ ଆଜି ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ନିଜର ସମର୍ଥକଙ୍କ ସହ ନବୀନ ନିବାସ ଯାଇଥିଲେ। କଂସାରୀଗୁଡ଼ାରେ ହେବାକୁ ଥିବା ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମକରନ୍ଦ।

ନବୀନ ନିବାସରୁ ବାହାରିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି-“ଜଣେ ସ୍ୱାଧୀନ ବିଧାୟକ ଓଡ଼ିଶା ତଥା ନିଜ ଅଞ୍ଚଳ ପାଇଁ କ’ଣ କରିପାରିବ? ନିଜ ଅଞ୍ଚଳର ବିକାଶ କରିବାକୁ ହେଲେ ସରକାରଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଏବେ ମୁଁ ରାଜ୍ୟ ସରକାରଙ୍କ ସହିତ ଅଛି, ଦଳ ସହିତ ନାହିଁ।”

ଭବିଷ୍ୟ ନେଇ ସେ କହିଛନ୍ତି-“ନବୀନ ପଟ୍ଟନାୟକ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସେ ଆମର ମଧ୍ୟ ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାର ବିକାଶ ପାଇଁ ଅନବରତ ଉଦ୍ୟମ ଜାରି ରଖିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବାକୁ ଆସିଛି।”

ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ବିଜେଡିକୁ ସମର୍ଥନ କରିବେ କି ପ୍ରଶ୍ନରେ ସେ କହିଛନ୍ତି-“ବର୍ତ୍ତମାନ କିଛି କହିହେବ ନାହିଁ। ସମୟ ଆସିଲେ ନିଷ୍ପତ୍ତି ନେବି। ବର୍ତ୍ତମାନ ମୁଁ ସରକାରରେ ରହିଛି। ସରକାର ଯୁଆଡ଼େ, ଆମେ ସିଆଡ଼େ।”

https://youtu.be/1eyquh4i1fw

Related story