ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷା ସଫଳ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ରାତ୍ରକାଳୀନ ବ୍ୟବହାରିକ ପରୀକ୍ଷା ସଫଳ ହୋଇଛି। ଆଜି ସନ୍ଧ୍ୟା ୭ଟା ୦୨ ମିନିଟ୍‌ରେ ଚାନ୍ଦିପୁର ଆଇଟିଆର୍‌ର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବାର କ୍ଷମତା ରହିଛି। ଏହାର ଏକ ହାଜର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର […]

pritiv

pritiv

Manoranjan Sial
  • Published: Wednesday, 16 December 2020
  • Updated: 16 December 2020, 09:19 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ରାତ୍ରକାଳୀନ ବ୍ୟବହାରିକ ପରୀକ୍ଷା ସଫଳ ହୋଇଛି। ଆଜି ସନ୍ଧ୍ୟା ୭ଟା ୦୨ ମିନିଟ୍‌ରେ ଚାନ୍ଦିପୁର ଆଇଟିଆର୍‌ର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ପରୀକ୍ଷଣ କରାଯାଇଛି।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବାର କ୍ଷମତା ରହିଛି। ଏହାର ଏକ ହାଜର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହାକୁ ଭାରତୀୟ ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସର ସ୍ୱତନ୍ତ୍ର ଯବାନମାନେ ପରୀକ୍ଷା କରିଛନ୍ତି। ଯାହାର ଲମ୍ବ ୯ ମିଟର ରହିଥିବା ବେଳେ ବ୍ୟାସାର୍ଦ୍ଧ ୮.୫୬ ମିଟର ରହିଛି। ଏହାକୁ ଟାଟା କମ୍ପାନୀର ଏକ ମୋବାଇଲ୍‌ ଲଞ୍ଚ ଭେଇକିଲରୁ ପରୀକ୍ଷା କରାଯାଇଛି। କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ଗତ ଅକ୍ଟୋବର ୧୬ ତାରିଖରେ ଏହି କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷା ସଫଳ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos