ଦକ୍ଷିଣ ଆମେରିକା କେପ୍ ହର୍ଣ୍ଣରେ ପହଞ୍ଚିଲା ଆଇଏନ୍ଏସ୍ ତାରିଣୀ
- Published: Friday, 19 January 2018
- , Updated: 19 January 2018, 10:33 PM IST
<p>ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛି ଭାରତୀୟ ନୌସେନା । ବିଶ୍ୱର ସବୁଠାରୁ ପ୍ରତିକୂଳ ସମୁଦ୍ରପଥ ପାର କରି ଦକ୍ଷିଣ ଆମେରିକାର କେପହର୍ଣ୍ଣରେ ତ୍ରିରଙ୍ଗା ଉଡାଇଛନ୍ତି ନୌସେନାର ୬ଜଣ ମହିଳା । ୨୨, ୧୦୦ ନଟିକାଲ ମାଇଲ ଅତିକ୍ରମ ପାଇଁ ଲକ୍ଷ୍ୟ ରଖିଥିବା ଏହି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।</p>
<p>ସୂଚନାଯୋଗ୍ୟ, ନାରୀ ଶକ୍ତିର ଯୋତ୍ରା ପଥ ଥିଲା ବେସ୍‌ ପ୍ରତିକୂଳ। ଜଳପଥରେ ଗଲାବେଳେ ସେମାନଙ୍କ ପାଇଁ କେଉଁଠି ଥିଲା ୨୦ରୁ ୩୦ ଫୁଟ ଉଚ୍ଚର ଲହଡି ତ କେଉଁଠି ଘୂର୍ଣ୍ଣିଛଡ। ଆଉ କେଉଁଠି ପବନର ବେଗ ଥିଲା ୭୦ କିଲୋମିଟରରୁ ଅଧିକ। ଏସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେମାନେ କେପହର୍ଣ୍ଣରେ ପହଞ୍ଚିଛନ୍ତି । ଜଳପଥରେ ମାଉଣ୍ଟ ଏଭେରେଷ୍ଟ ନାଁରେ ଜଣାଶୁଣା ଏହି ପଥ ପାଇଁ କିନ୍ତୁ ସେମାନଙ୍କୁ ଅନେକ କଷ୍ଟକର ସମୁଦ୍ରପଥ ପାର କରିବାକୁ ପଡିଛି । ଦଳର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି।</p>
<p>ଲେଫନାଣ୍ଟ କମାଣ୍ଡର ବର୍ତ୍ତିକା ଯୋଶୀଙ୍କ ନେତୃତ୍ୱରେ ସେପ୍ଟେମ୍ବର ୧୦ରେ ଗୋଆରୁ ଆରମ୍ଭ ହୋଇଥିଲା ଏହି ବିଶ୍ୱ ପରିକ୍ରମା ଅଭିଯାନ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ଉପସ୍ଥିତ ରହି ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୫୬ଫୁଟ ଲମ୍ବର ଆଇଏନଏ ତାରିଣୀରେ ୬ଜଣିଆ ଟିମ୍ ସାମିଲ ହୋଇଥିଲେ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ଅନୁଯାୟୀ ଭାରତୀୟ ନୌସେନା ପକ୍ଷରୁ ଏହି ବୋଟ୍‌ର ଏପରି ନାମକରଣ କରାଯାଇଛି ।</p>
<p>&nbsp;</p>