କ୍ରିକେଟ୍ ବିଶ୍ୱକପ୍ ପାଇଁ ଇଣ୍ଡିଆନ୍ ଅଏଲ୍‌ର ଅଫର୍‌

ଭୁବନେଶ୍ୱର: ପେଟ୍ରୋଲିୟମ ଇନ୍ଧନରେ ଦେଶର ବୃହତ୍ତମ ବିକ୍ରେତା ଇଣ୍ଡିଆନ୍ ଅଏଲ ପକ୍ଷରୁ ଦେଶବ୍ୟାପୀ ବିଶାଳ ବିକ୍ରି ପ୍ରଚାର ଅଭିଯାନ ‘କ୍ରିକେଟ୍ କାର-ନିଭାଲ’ ଶୁଭାରମ୍ଭ କରାଯାଇଛି। ବିଶ୍ୱକପ୍ କ୍ରିକେଟ୍ ମାନିଆ ସହ ତାଳ ଦେଇ ଏହି କ୍ରିକେଟ କାର-ନିଭାଲ ୨୦୧୯ ଆରମ୍ଭ କରାଯାଇଛି। ସମଗ୍ର ଦେଶର ଇଣ୍ଡିଆନ୍ ଅଏଲର ସମ୍ପୂର୍ଣ୍ଣ ନେଟୱର୍କ ପ୍ରାୟ ୨୭,୦୦୦ ରିଟେଲ ଷ୍ଟେସନ ଏହି ଅଭିଯାନରେ ଭାଗ ନେଇଛନ୍ତି। ଏହି କ୍ରିକେଟ କାର୍-ନିଭାଲ ଜେନେରାଲ ମ୍ୟାନେଜର (ଆଇ/ସି) (ରିଟେଲ ସେଲ୍ସ), ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ, ଶ୍ରୀ […]

INDIA OIL

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 10:33 PM IST

ଭୁବନେଶ୍ୱର: ପେଟ୍ରୋଲିୟମ ଇନ୍ଧନରେ ଦେଶର ବୃହତ୍ତମ ବିକ୍ରେତା ଇଣ୍ଡିଆନ୍ ଅଏଲ ପକ୍ଷରୁ ଦେଶବ୍ୟାପୀ ବିଶାଳ ବିକ୍ରି ପ୍ରଚାର ଅଭିଯାନ ‘କ୍ରିକେଟ୍ କାର-ନିଭାଲ’ ଶୁଭାରମ୍ଭ କରାଯାଇଛି। ବିଶ୍ୱକପ୍ କ୍ରିକେଟ୍ ମାନିଆ ସହ ତାଳ ଦେଇ ଏହି କ୍ରିକେଟ କାର-ନିଭାଲ ୨୦୧୯ ଆରମ୍ଭ କରାଯାଇଛି। ସମଗ୍ର ଦେଶର ଇଣ୍ଡିଆନ୍ ଅଏଲର ସମ୍ପୂର୍ଣ୍ଣ ନେଟୱର୍କ ପ୍ରାୟ ୨୭,୦୦୦ ରିଟେଲ ଷ୍ଟେସନ ଏହି ଅଭିଯାନରେ ଭାଗ ନେଇଛନ୍ତି। ଏହି କ୍ରିକେଟ କାର୍-ନିଭାଲ ଜେନେରାଲ ମ୍ୟାନେଜର (ଆଇ/ସି) (ରିଟେଲ ସେଲ୍ସ), ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ, ଶ୍ରୀ କୁମାର ଜ୍ୟୋତି ଚୌଧୁରୀଙ୍କ ଦ୍ୱାରା ମେସର୍ସ ଭାମରା ସର୍ଭିସ ଷ୍ଟେସନ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି।

ସମଗ୍ର ଦେଶରେ ଜୁନ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ କାର୍-ନିଭାଲ ପରି ଏକ ବୃହତ ଯୋଜନା ୧୫ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ୬ ସପ୍ତାହ ବ୍ୟାପୀ ଚାଲୁ ରହିବ। ପ୍ରତି ୧୫ ଦିନ ଶେଷରେ ଗ୍ରାହକମାନେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ। ଅଭିଯାନ ଶେଷରେ ଅର୍ଥାତ୍ ଜୁଲାଇ ୧୫ ତାରିଖରେ ବମ୍ପର ପୁରସ୍କାର ନିମନ୍ତେ ଲକି ଡ୍ର’ ର ଆୟୋଜନ କରାଯାଇଛି ଏବଂ ଯୋଗ୍ୟ ଗ୍ରାହକଙ୍କୁ କାର୍ ବା ମୋଟର ବାଇକ ଜିତିବାର ସୁଯୋଗ ମିଳିବ। ଗ୍ରାହକମାନେ ଇଣ୍ଡିଆନ୍ ଅଏଲର ଓଡ଼ିଶାର ଯେ କୌଣସି ବିକ୍ରୟ କେନ୍ଦ୍ରରୁ ପେଟ୍ରୋଲ, ଡିଜେଲ/ସର୍ଭୋ ଆଦି କିଣି ଏହି ଅଫରର ଲାଭ ଉଠାଇପାରିବେ।

କ୍ରିକେଟ କାର୍-ନିଭାଲ ପ୍ରତିଯୋଗିତାର ଶେଷରେ ବମ୍ପର ଲକି ଡ୍ର’ ନିମନ୍ତେ ପୁରସ୍କାର ରହିଛି

୧ମ ପୁରସ୍କାର- ପ୍ରିମିୟମ ସେଡାନ କାର/ଏସୟୁଭି ୧୨ଲକ୍ଷ ଟଙ୍କା ମୂଲ୍ୟର – ୧ଟି

୨ୟ ପୁରସ୍କାର- ୫ ଲକ୍ଷ ଟଙ୍କା ମୂଲ୍ୟର କାର – ୪ଟି
୩ୟ ପୁରସ୍କାର-ମୋଟର ବାଇକ- ୧୬ଟି
୪ର୍ଥ ପୁରସ୍କାର –ସ୍ମାର୍ଟ ଫୋନ୍ -୨୦୦ଟି
୫ମ ପୁରସ୍କାର-ଅଟୋଗ୍ରାଫ୍ କରାଯାଇଥିବା କ୍ରିକେଟ ବ୍ୟାଟ୍ -୧୦୦ଟି

ବମ୍ପର ଲକି ଡ୍ର ବ୍ୟତୀତ , ପ୍ରତିଯୋଗିତା ଅବଧି ସମୟ ମଧ୍ୟରେ ପ୍ରତ୍ୟେକଙ୍କୁ ପ୍ରତି ୧୫ ଦିନ ମଧ୍ୟରେ ୫୦୦ ଟଙ୍କା ମୂଲ୍ୟର ୨୦୦୦ ଫୁଏଲ ଭାଉଚର ପୁରସ୍କାର ଘୋଷଣା କରାଯାଇଛି। ସମସ୍ତ ଦୁଇ ଚକିଆ ଯାନ ଥିବା ଗ୍ରାହକମାନେ ଅତିକମରେ ୩୦୦ ଟଙ୍କା ମୂଲ୍ୟ ଏବଂ ୪ ଚକିଆ ଯାନ ଥିବା ଗ୍ରାହକମାନେ ୧୦୦୦ ଟଙ୍କା ମୂଲ୍ୟର ଇନ୍ଧନ ନେଇ ଏହି ଅଭିଯାନରେ ସାମିଲ ହୋଇପାରିବେ। ଏହି ଅଭିଯାନରେ ସାମିଲ ହେବା ପାଇଁ ଗ୍ରାହକମାନଙ୍କୁ ୭୭୧୦୫୪୦୪୦୦ ନମ୍ବରରେ ଏସ୍ଏମ୍ଏସ୍ ମାଧ୍ୟମରେ ପଠାଇ ପାରିବେ। ଏସ୍ଏମ୍ଏସ୍ ପଠାଇବାର ପଦ୍ଧତି ହେଉଛି- ‘ଡିଲର କୋଡ’, ବିଲ୍ ନଂ, ବିଲ୍ ମୂଲ୍ୟ।

ଏହି ଅଫର ବନ୍ଦ ହେବାର ୪ ସପ୍ତାହ ମଧ୍ୟରେ ବିଜେତା ଘୋଷଣା କରାଯିବ କିମ୍ବା କର୍ପୋରେସନ ପକ୍ଷରୁ ଏହି ଅଭିଯାନର ସକ୍ରିୟ ହେବା ସମୟ ମଧ୍ୟରେ ଘୋଷଣା କରାଯିବ। ବିଜେତା ଘୋଷଣା ହେବା ପରେ ସମସ୍ତ ବିଜେତାମାନଙ୍କ ତାଲିକା ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ www.iocl.com ରେ ୧ ମାସ ପର୍ଯ୍ୟନ୍ତ ରହିବ। ଗ୍ରାହକମାନେ ଏହି ପ୍ରତିଯୋଗିତାରେ ଭାଗ ନେବା
ପାଇଁ ଏବଂ ପ୍ରତିଯୋଗିତା ସମ୍ବନ୍ଧୀୟ କୌଣସି ପ୍ରକାର ସ୍ପଷ୍ଟୀକରଣ ନିମନ୍ତେ ହେଲ୍ପ ଲାଇନ ନଂ ୧୮୦୦୧୨୦୦୦୦୦୧୧ ରେ ଯୋଗାଯୋଗ କରିପାରିବେ।

Related story