୧୩ରୁ ରାଜଧାନୀରୁ ନୂଆଦିଲ୍ଲୀ ଦୈନିକ ସ୍ପେଶାଲ୍‌ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯିବ ସ୍ୱତନ୍ତ୍ର ଟ୍ରେନ୍‌। ଏହି ସ୍ପେଶାଲ ଟ୍ରେନ ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଛାଡ଼ିବ। ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍‌ ରହିବ। ଠିକ୍‌ ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ ଯାତ୍ରା କରିବ। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନ୍‌ ଗୁଡ଼ିକ ୭ଟି ଜାଗାରେ ଷ୍ଟପେଜ କରିବ। ସେହି ଷ୍ଟେସନ୍‌ ଗୁଡ଼ିକ ହେଲା- ବାଲେଶ୍ୱର, […]

train

Manoranjan Sial
  • Published: Monday, 11 May 2020
  • , Updated: 11 May 2020, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯିବ ସ୍ୱତନ୍ତ୍ର ଟ୍ରେନ୍‌। ଏହି ସ୍ପେଶାଲ ଟ୍ରେନ ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଛାଡ଼ିବ। ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍‌ ରହିବ। ଠିକ୍‌ ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ ଯାତ୍ରା କରିବ। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନ୍‌ ଗୁଡ଼ିକ ୭ଟି ଜାଗାରେ ଷ୍ଟପେଜ କରିବ। ସେହି ଷ୍ଟେସନ୍‌ ଗୁଡ଼ିକ ହେଲା- ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ, କାନପୁର। ଏଥିପାଇଁ ଯାତ୍ରୀମାନଙ୍କୁ IRCTCରେ ବୁକିଂ କରିବାକୁ ପଡ଼ିବ। RAC କି ୱେଟିଂ ଥିବା ଯାତ୍ରୀଙ୍କୁ ଅନୁମତି ନାହିଁ। କେବଳ କନ୍‌ଫର୍ମ ଟିକେଟ ଯାତ୍ରୀମାନେ ଯାତ୍ରା କରିପାରିବେ। ଟ୍ରେନ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଅନ୍‌ଲାଇନରେ କ୍ୟାନ୍‌ସଲେସନ୍‌ କରିହେବ। ଟିକେଟ କ୍ୟାନ୍‌ସଲ୍‌ କଲେ ବୁକିଂ ମୂଲ୍ୟର ୫୦% ଫେରସ୍ତ ମିଳିବ।

ଯାତ୍ରୀଙ୍କୁ ଟ୍ରେନ୍‌ରେ ଅଳ୍ପ କିଛି ଖାଦ୍ୟ ସାମଗ୍ରୀ ଓ ପାଣି ମିଳିବ। ତେବେ କୌଣସି ଯାତ୍ରୀ ଚାହିଁଲେ ସାଥୀରେ ଖାଦ୍ୟ ଓ ପାଣି ଧରି ଆସିପାରିବେ। ଏଥିପାଇଁ ରେଳ ବିଭାଗ ଯାତ୍ରୀଙ୍କୁ ପରାମର୍ଶ ଦେଇଛି। କନ୍‌ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନକୁ ଯିବାକୁ ଅନୁମତି ମିଳିବ। କେବଳ ‘କରୋନା’ ଲକ୍ଷଣ ନଥିବା ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ। ଟ୍ରେନରେ ବସିବା ପୂର୍ବରୁ ଯାତ୍ରୀଙ୍କୁ ମେଡିକାଲ ସ୍କ୍ରିନିଂ କରାଯିବ। ଯାତ୍ରୀମାନେ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ସାବୁନ ସାଥିରେ ଧରି ଆସିବେ।

https://twitter.com/ANI/status/1259823600783093761?s=20

Related story