ସିଏଏ ସଚେତନତା ସଭାରେ କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ଓ ବୈଜୟନ୍ତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି। କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନାଗରିକତା ସଂଶୋଧନ ଆଇନ୍‌ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି-“୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧି ସାରା ଦେଶରେ ନାନା ଅପପ୍ରଚାର କରିଥିଲେ। ଏହାର ଜବାବ ଲୋକେ ଦେଇଥିଲେ। […]

bjp

Manoranjan Sial
  • Published: Friday, 10 January 2020
  • , Updated: 10 January 2020, 05:04 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି। କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନାଗରିକତା ସଂଶୋଧନ ଆଇନ୍‌ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି-“୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧି ସାରା ଦେଶରେ ନାନା ଅପପ୍ରଚାର କରିଥିଲେ। ଏହାର ଜବାବ ଲୋକେ ଦେଇଥିଲେ। ବିଜେପିକୁ ପ୍ରଚଣ୍ଡ ବହୁମତରେ ଜିତାଇଥିଲେ। ସିଏଏ ଲାଗୁ କରିବା ପାଇଁ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଯାହାକୁ କାର୍ଯ୍ୟକାରୀ କରାଯାଉଛି। ସିଏଏ ଦ୍ୱାରା କୌଣସି ଭାରତୀୟଙ୍କ ନାଗରିକତା ଯିବ ନାହିଁ। ପଡ଼ୋଶୀ ପାକିସ୍ତାନ, ଅଫ୍‌ଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ, ଯେଉଁମାନେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତର ଶରଣ ନେଇଛନ୍ତି, ସେମାନଙ୍କୁ ନାଗରିକତା ଦେବା ପାଇଁ ସିଏଏ କରାଯାଛି।”

ସେ ଆହୁରି କହିଛନ୍ତି- “ଦେଶ ବିଭାଜନ ସମୟରୁ ଭାରତରେ ରହି ଆସୁଥିବା ସଂଖ୍ୟାଲଘୁଙ୍କ ମର୍ଯ୍ୟାଦା ସଂପୂର୍ଣ୍ଣ ସୁରକ୍ଷିତ ରଖାଯିବ। ପାକିସ୍ତାନ, ଆଫଗାନିସ୍ଥାନ, ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁଙ୍କୁ ତାଙ୍କ ଦେଶ ସୁରକ୍ଷିତ ରଖିବାକୁ ମହାତ୍ମା ଗାନ୍ଧି ଆଶ୍ୱାସନା ଦେଇଥିଲେ। ଯଦି ସେହି ଦେଶ ସେମାନଙ୍କୁ ସୁରକ୍ଷିତ ନ ରଖିପାରିବ, ତାହାହେଲେ ସେମାନେ ଭାରତ ଫେରି ପାରିବେ ବୋଲି ଗାନ୍ଧି କହିଥିଲେ। ଏହାକୁ ପାକିସ୍ତାନ, ଆଫଗାନିସ୍ଥାନ ଓ ବାଂଲାଦେଶ ଠିକ୍‌ ଭାବେ ପାଳନ କରିନାହାନ୍ତି। ସେଠାରେ ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଉଛି। ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଉଛି। ସେମାନେ ଘର ଦ୍ୱାର ଛାଡ଼ି ସେଠାରୁ ଭାରତ ଚାଲି ଆସୁଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା କ’ଣ ଆମର କର୍ତ୍ତନ ନୁହେଁ?”

ସେ ଆହୁରି କହିଛନ୍ତି- “୨୦୦୪-୫ ମସିହାରେ ଡକ୍ଟର ମନମୋହନ ସିଂହ ରାଜ୍ୟସଭାରେ କହିଥିଲେ, ଧାର୍ମିକ କାରଣରୁ ବାଂଲାଦେଶରେ ନିର୍ଯାତନାରେ ଶିକାର ହୋଇ ଭାରତ ଆସୁଥିବା ଲୋକଙ୍କ ପ୍ରତି ଧ୍ୟାନ ଦିଆଯିବା ଦରକାର। ଏପରିକି ସେମାନଙ୍କୁ ନାଗରିକ ଅଧିକାର ଦେବା ଦରକାର। ଏହା ଶୁଣି ନଜମା ହେପ୍‌ତୁଲ୍ଲା କହିଥିଲେ, କେବଳ ବାଂଲାଦେଶ ନୁହେଁ, ପାକିସ୍ତାନରେ ମଧ୍ୟ ହିନ୍ଦୁମାନଙ୍କ ଉପରା ନିର୍ଯାତନା ହେଉଛି। ସେମାନଙ୍କୁ ମଧ୍ୟ ଭାରତ ନାଗରିତା ଦେବା ଦରକାର। ପାକିସ୍ତାନ ଓ ବାଂଲାଦେଶରେ ଉତ୍ପୀଡ଼ନରେ ଶିକାର ହେଉଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସେତେବେଳେ ସେମାନେ ଦାବି କରୁଥିଲେ। ହେଲେ ଆଜି ଯେତେବେଳେ ସେମାନଙ୍କୁ ନାଗରିକତା ଦେବା ପାଇଁ ଭାରତ ସରକାର ସିଏଏ ଲାଗୁ କରିବାକୁ ଯାଉଛନ୍ତି କଂଗ୍ରେସ ଓ କେତେକ ବିରୋଧୀ ବିରୋଧ କରୁଛନ୍ତି। ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।”

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି- “ଦେଶ ବିଭାଜନ ବେଳେ ଜାତିର ପିତା ମହାତ୍ମା ଗାନ୍ଧି ଦୁଇଟି ଆଶ୍ୱାସନା ଦେଇଥିଲେ। ସେ କହିଥିଲେ, ଆମ ଦେଶରେ ରହୁଥିବା ସଂଖ୍ୟାଲଘୁ ଲୋକଙ୍କୁ ପୂରା ମର୍ଯ୍ୟାଦା ଓ ସୁରକ୍ଷିତ ରଖାଯିବ ଏବଂ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁଙ୍କୁ ତାଙ୍କ ଦେଶ ସୁରକ୍ଷିତ ରଖିବ। ଯଦି ସେହି ଦେଶ ସେମାନଙ୍କୁ ସୁରକ୍ଷିତ ନ ରଖିପାରିବ, ତାହାହେଲେ ସେମାନେ ଭାରତ ଫେରି ପାରିବେ। ଗାନ୍ଧିଙ୍କ ଏହି କଥା ଭାରତ ଗୋଟିଗୋଟି କରି ପାଳନ କରିଛି। ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁ ଲୋକଙ୍କୁ ସୁରକ୍ଷିତ ରଖାଯାଇଛି। ଭାରତ ସାମ୍ୱିଧାନର ବିଧିବ୍ୟବସ୍ଥା ଅନୁସାରେ ସେମାନଙ୍କୁ ସମାନ ଅଧିକାର ମିଳୁଛି। ଯାହାଫଳରେ ସେମାନଙ୍କ ଜନସଂଖ୍ୟା ଭାରତରେ ବଢ଼ିଚାଲିଛି। କିନ୍ତୁ ଆମ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ସମ୍ୱିଧାନ ଭାରତ ପରି ନିରପେକ୍ଷ ନୁହେଁ। ସେଠାରେ ଗୋଟିଏ ଧର୍ମକୁ ପ୍ରାଧାନ୍ୟ ଦିଆଯାଉନ୍ତି। ସେଠାରେ କିନ୍ତୁ ଗାନ୍ଧି ଦେଇଥିବା ଆଶ୍ୱାସନାକୁ ଠିକ୍‌ ଭାବେ ପାଳନ କରାଯାଇ ନାହିଁ। ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଛି। କାରଣ ସେମାନଙ୍କ ସମ୍ୱିଧାନ ଗୋଟିଏ ଧର୍ମକୁ ବିଶ୍ୱାସ କରେ। ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ସିଏଏ କରାଯାଇଛି। ମାତ୍ର ଆମ ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ଉପରେ ଏହା କାର୍ଯ୍ୟକାରୀ ହେବନାହିଁ। କିନ୍ତୁ ଭାରତରେ ଅସ୍ଥିରତା ଆଣିବା ପାଇଁ ସିଏଏ ବିରୋଧରେ ନାନା ଅପପ୍ରଚାର କରାଯାଉଛି। ଏହାକୁ ନେଇ ହିଂସାକାଣ୍ଡ ମଧ୍ୟ ଘଟାଯାଉଛି। ଯାହାକୁ ସହ୍ୟ କରାଯିବ ନାହିଁ। ଏହାର ଉଚିତ ଯବାବ ଦିଆଯିବ।”

Related story