ଭୁବନେଶ୍ୱର: ନୂଆ ଶିଳ୍ପନୀତି-୨୦୧୫ ଯୋଗୁଁ ରାଜ୍ୟରେ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇଛି। ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।
ସେ ଆହୁରି ମଧ୍ୟ କହିଛନ୍ତି ଯେକୋଟପାଡ଼ରେ ଆଇଟି ପାର୍କ କିମ୍ୱା ଫୁଡ୍ ପାର୍କ କିପରି ହୋଇପାରିବ ସେନେଇ ବିଚାର କରାଯାଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣିଜ ପଦାର୍ଥର ସୁବିନିଯୋଗ କରାଯାଇ ୪ଟି ଶିଳ୍ପ ପ୍ରତିଷ୍ଠା କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସତେତକ ତାରାପ୍ରସାଦ ବାହିନୀପତି ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ଉତ୍କଳ ଆଲୁମିନା, ତୋଷାଳି ସିମେଣ୍ଟ ଭଳି କାରଖାନାରେ ଅଗ୍ରାଧିକାର ଭିତ୍ତିରେ ବାହାର ରାଜ୍ୟଠାରୁ ଅଧିକ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି।