ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ, ହେବ ସିନ୍‌ ରିକ୍ରିଏସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୀଷ ଦାସ ହତ୍ୟା ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୁଲିସ। ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଇନ୍‌ଫୋସିଟି ଥାନା ପୁଲିସ୍‌। ଝାରପଡ଼ା ଜେଲ୍‌ରୁ ଥାନାକୁ ଗଲେ ୩ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ନେଇ ସିନ୍‌ ରିକ୍ରିଏସନ କରାଯିବ। ଏନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଗତ ୧୦ ତାରିଖରେ ବ୍ୟାଚଲର ଭୋଜି ଦେବାକୁ ଯାଇଥିଲେ ମନୀଷ ଅନୁରାଗ ଦାସ। ସେହିଦିନ ଅପରାହ୍ନ […]

Manish Anurag

Manoranjan Sial
  • Published: Monday, 18 October 2021
  • , Updated: 18 October 2021, 03:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୀଷ ଦାସ ହତ୍ୟା ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୁଲିସ। ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଇନ୍‌ଫୋସିଟି ଥାନା ପୁଲିସ୍‌। ଝାରପଡ଼ା ଜେଲ୍‌ରୁ ଥାନାକୁ ଗଲେ ୩ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ନେଇ ସିନ୍‌ ରିକ୍ରିଏସନ କରାଯିବ। ଏନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ଗତ ୧୦ ତାରିଖରେ ବ୍ୟାଚଲର ଭୋଜି ଦେବାକୁ ଯାଇଥିଲେ ମନୀଷ ଅନୁରାଗ ଦାସ। ସେହିଦିନ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଇନ୍‌ଫୋସିସ୍‌ ଗାଲାକ୍ସି ଗାର୍ଡେନ କମ୍ପ୍ଲେକ୍ସ ପାଖରୁ ମନୀଷ ଅନୁରାଗ ଦାସ, ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ର କାର୍‌ରେ ଲକ୍ଷ୍ମୀସାଗରରେ ଥିବା ଏକ ବାରକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୮ଟାରେ ବାହାରି ଚାରିଆଡ଼େ ବୁଲାବୁଲି କରିଥିଲେ। ପରେ ସେମାନେ ରାତି ପ୍ରାୟ ୧୨ଟାରେ ହୋଟେଲ୍‌ ସାଉଥ୍‌ ଗାଲାକ୍ସି ବାରକୁ ଯାଇଥିଲେ। ସେଠାରେ ଖିଆପିଆ କରିବା ପରେ ବିଲ୍ ହୋଇଥିଲା ୮ ହଜାରରୁ ୧୦ ହଜାର ଟଙ୍କା। ମନୀଷଙ୍କ ସହ ଥିବା ମୃତ୍ୟୁଞ୍ଜୟ କିଛି ଟଙ୍କା ଦେଇଥିଲେ। ହେଲେ ବାକି ବିଲ୍‌ ଦେଇପାରିନଥିବାରୁ ବାର କର୍ମଚାରୀ ମନୀଷଙ୍କୁ ଅଟକାଇ ରଖିଥିଲେ। କିଛି ସମୟ ପରେ ମନୀଷ ଟଙ୍କା ଦେଇ ହୋଟେଲ୍‌ରୁ ଏକୁଟିଆ ବାହାରିଥିଲେ। ସେଠାରୁ ସେ ଶୁଭମ୍‌ ମହାନ୍ତିଙ୍କ ବାଇକରେ କିଛି ଦୂରରେ ଥିବା ୩ ବନ୍ଧୁଙ୍କ ପାଖକୁ ଯାଇଥିଲେ। ସେଠାରେ ବିଲ୍‌ ପେମେଣ୍ଟକୁ ନେଇ ବଚସା ହୋଇଥିଲା। ଟଙ୍କା ନଦେଲେ ଛାଡ଼ିବୁ ନାହିଁ ବୋଲି ମୃତ୍ୟୁଞ୍ଜୟ, ଦିନେଶ ଓ ଅମ୍ରିତ ଧମକ ଦେଇଥିଲେ। ଏପରିକି ସେଠାରେ ମାରପିଟ୍‌ ମଧ୍ୟ ହୋଇଥିଲା। ଆଉ ସେହି ମାରପିଟ୍‌ରେ ମନୀଷଙ୍କ ମୃତ୍ୟୁ ହୋଇଥିଲା।

ଏହି ମାମଲାରେ କମିଶନରେଟ୍‌ ପୁଲିସ ଅମୃତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ପୁଣି ସେମାନଙ୍କୁ ରିମାଣ୍ଡରେ ଆଣି ସିନ୍‌ ରିକ୍ରିଏସନ୍‌ କରିବ ପୁଲିସ।

Related story