ଝାରପଡ଼ା ଜେଲ୍‌ରେ କଏଦୀ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲ୍‌ରେ ଆଜି ସକାଳେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ହେଲେ ଜଟଣୀ ବଡ଼ତୋଟା ଗାଁର ଗଦାଧର ସାହୁ। ଆଜି ସକାଳେ ଗଦାଧର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୧୫ର ଏକ ଦୁଷ୍କର୍ମ ମାମଲାରେ ଗଦାଧରଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା। ତେବେ ନିର୍ଯାତନା କାରଣରୁ ଗଦାଧରଙ୍କ […]

jail

jail

Jyoshna Pradhan
  • Published: Sunday, 30 September 2018
  • Updated: 30 September 2018, 10:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲ୍‌ରେ ଆଜି ସକାଳେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ହେଲେ ଜଟଣୀ ବଡ଼ତୋଟା ଗାଁର ଗଦାଧର ସାହୁ।

ଆଜି ସକାଳେ ଗଦାଧର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୨୦୧୫ର ଏକ ଦୁଷ୍କର୍ମ ମାମଲାରେ ଗଦାଧରଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା।

ତେବେ ନିର୍ଯାତନା କାରଣରୁ ଗଦାଧରଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

https://youtu.be/Ax2lZ5kkqeA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos