ଅଜୟ ଜେଠୀ ଡ୍ରାଇଭର ନା ପ୍ରେମିକ? ଖୁଲାସା କଲେ ଇନ୍ସପେକ୍ଟର ମାଡମ୍‌ଙ୍କ ସ୍ୱାମୀ

ସମ୍ବଲପୁର/ରାଉରକେଲା(ଓଡ଼ିଶା ରିପୋର୍ଟର): ସୋନପୁରରୁ ବଲାଙ୍ଗୀରକୁ ସଂଯୋଗ କରିଥିବା ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଗତ ମଙ୍ଗଳବାର ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ନୂଆ ମୋଡ଼ ନେବାରେ ଲାଗିଛି। ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ୩ ନିରୀହ ଜୀବନ ଚାଲିଯାଇଥିଲା। ସେହିସମୟରେ କାର୍‌ ଚଳାଉଥିଲେ ଅଜୟ ଜେଠୀ। ଖୋଳତାଡ଼ ପରେ ପ୍ରଥମେ ଅଜୟ ଜେଠୀ ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ କାର୍‌ ଡ୍ରାଇଭର ବୋଲି ଜଣାପଡ଼ିଥିବା ବେଳେ ଏବେ କିନ୍ତୁ ଫିଟିଛି ଅସଲ ଗୁମର। ଅଜୟ […]

Suresh and Snigdha

Suresh and Snigdha

Niharika Rout
  • Published: Friday, 15 July 2022
  • Updated: 15 July 2022, 03:04 PM IST

Sports

Latest News

ସମ୍ବଲପୁର/ରାଉରକେଲା(ଓଡ଼ିଶା ରିପୋର୍ଟର): ସୋନପୁରରୁ ବଲାଙ୍ଗୀରକୁ ସଂଯୋଗ କରିଥିବା ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଗତ ମଙ୍ଗଳବାର ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ନୂଆ ମୋଡ଼ ନେବାରେ ଲାଗିଛି। ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ୩ ନିରୀହ ଜୀବନ ଚାଲିଯାଇଥିଲା। ସେହିସମୟରେ କାର୍‌ ଚଳାଉଥିଲେ ଅଜୟ ଜେଠୀ। ଖୋଳତାଡ଼ ପରେ ପ୍ରଥମେ ଅଜୟ ଜେଠୀ ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ କାର୍‌ ଡ୍ରାଇଭର ବୋଲି ଜଣାପଡ଼ିଥିବା ବେଳେ ଏବେ କିନ୍ତୁ ଫିଟିଛି ଅସଲ ଗୁମର। ଅଜୟ ଜେଠୀ ଡ୍ରାଇଭର ନୁହନ୍ତି, ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ପ୍ରେମିକ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ସୁରେଶ ବାଗ୍।

ସୁରେଶ ବାଗ୍ ଓ ସ୍ନିଗ୍ଧାରାଣୀ ପତିପତ୍ନୀ ହୋଇଥିଲେ ମଧ୍ୟ ସେମାନେ ଅଲଗା ଅଲଗା ରହୁଛନ୍ତି। ସିଗ୍ଧାରାଣୀ ସୁନ୍ଦରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି। ସୁନ୍ଦରଗଡ଼ରେ ସେ ଅଜୟ ଜେଠୀଙ୍କ ସହ ରହୁଛନ୍ତି। ସୁରେଶ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଓଲୋଜି ବିଭାଗରେ ପ୍ରଫେସର ଅଛନ୍ତି।

ନିଜ ପତ୍ନୀଙ୍କ ସମ୍ପର୍କରେ ଖୁଲାସା କରି ସୁରେଶ କହିଛନ୍ତି, ଆମେ ପ୍ରେମ ବିବାହ କରିଥିଲୁ। ମାତ୍ର ଧୀରେ ଧୀରେ ସମ୍ପର୍କରେ ତିକ୍ତତା ଆସିଲା। କଥା ଥାନା ପର୍ଯ୍ୟନ୍ତ ଗଲା। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆମେ ଦୁହେଁ ଏକାଠି ରହୁନୁ। ଆମର ଛାଡ଼ପତ୍ର ହୋଇ ନ ଥିବା ସତ୍ତ୍ୱେ ସିଗ୍ଧାରାଣୀ ଅଜୟ ଜେଠୀଙ୍କ ସହ ରହୁଛନ୍ତି। ଏନେଇ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ଥାନାରେ ଏତଲା ବି ଦେଇଥିଲି। ହେଲେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ବରଂ ସ୍ନିଗ୍ଧାରାଣୀ ମୋ ନାଁରେ ବହୁତ କେସ୍‌ ଦେଇ ମୋତେ ଓ ମୋ ପରିବାରକୁ ବହୁତ ହଇରାଣ କରିଛନ୍ତି।

[caption id="attachment_749274" align="aligncenter" width="650"]Ajaya-And-snigdharani ଅଜୟ ଜେଠୀ ଓ ସ୍ନିଗ୍ଧାରାଣୀ।[/caption]

ସ୍ନିଗ୍ଧାରାଣୀ ପୁରୀ ଯାଇଥିବା ସମ୍ପର୍କରେ ତାଙ୍କ ସ୍ୱାମୀଙ୍କ ନିକଟରେ କିଛି ସୂଚନା ନ ଥିଲା। ଗତ ମଙ୍ଗଳବାର ଘଟିଥିବା ଦୁର୍ଘଟଣା ପରେ ସେ ପୁରୀ ଯାଇ ଫେରୁଥିବା ଖବର ପାଇଥିଲି। ଏହାପରେ ସଙ୍ଗେସଙ୍ଗେ ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କୁ ଫୋନ୍‌ କରିଥିଲି। ସ୍ନିଗ୍ଧାରାଣୀ ମୋ’ ଫୋନ୍‌ ନମ୍ବରକୁ ବ୍ଲକ୍‌ କରି ଦେଇଥିବା ବେଳେ ଶ୍ୱଶୁର ଘର ଲୋକେ ଫୋନ୍‌ ଉଠାଇ ନ ଥିଲେ। ହେଲେ ଦୀର୍ଘ ସମୟ ପରେ ସେ ସୁସ୍ଥ ଥିବା ସୂଚନା ପାଇ ଆଶ୍ୱସ୍ତ ହେଲି ବୋଲି କହିଛନ୍ତି ସୁରେଶ ବାଗ୍‌। ଏହାବାଦ ସେ କହିଛନ୍ତି, ଶ୍ୱଶୁର ଘର ଲୋକେ ମୋତେ ଶତ୍ରୁ ଭାବିଛନ୍ତି। ସବୁ ଆଇନ ମହିଳାଙ୍କ ସପକ୍ଷରେ। ସେ ଯେଉଁଠି ରହୁଛି, ଭଲରେ ରହୁ।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଡ୍ୟୁଟି ସାରି ଗତ ମଙ୍ଗଳବାର ସୁନ୍ଦରଗଡ଼ ଫେରୁଥିଲେ ସ୍ନିଗ୍ଧାରାଣୀ ସୁନା। ମାତ୍ର ସକାଳୁ ସକାଳୁ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ବୋଝେଇ ଅଟୋ ଓ ଏକ ବାଇକ୍‌କୁ ସମ୍ମୁଖରୁ ଧକ୍କା ଦେଇଥିଲା ଇନ୍ସପେକ୍ଟର ମାଡ଼ାମଙ୍କ କାର୍‌। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ କାର୍‌ ଚାଳକ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ଡ୍ରାଇଭର ଅଜୟ ଜେଠୀଙ୍କର ଡ୍ରାଇଭିଂ ଲାଇସେନ୍ସ  ନ ଥିବାରୁ ତାଙ୍କ ନାଁରେ MVI ଆକ୍ଟରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେବେଠୁ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଜ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story