ରାଜ୍ୟର ସବୁ କୋର୍ଟ ରୁମ୍‌ରେ ଲାଗିବ ଏସି

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ଓ ମେ’ ସୁଦ୍ଧା ରାଜ୍ୟର ସବୁ କୋର୍ଟ ରୁମରେ ଏସି ଲାଗିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମ୍ମତି ଦେଇଛନ୍ତି। ଭୁବନେଶ୍ୱରରେ ଚାଲିଥିବା ଦୁଇଦିନିଆ ଅଲ୍‌ ଓଡ଼ିଶା ଲୟର୍ସ କନଫରେନ୍ସରେ ଯୋଗଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର। ସେ କହିଛନ୍ତି-“କୋର୍ଟ ରୁମରେ ଏସି ନଥିବାରୁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ତେଣୁ କୋର୍ଟ ରୁମ୍‌ରେ ଏସି ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ଏହା ରାଜ୍ୟର […]

as-instaled-court-room-in-odisha

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 05:33 PM IST

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ଓ ମେ’ ସୁଦ୍ଧା ରାଜ୍ୟର ସବୁ କୋର୍ଟ ରୁମରେ ଏସି ଲାଗିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମ୍ମତି ଦେଇଛନ୍ତି। ଭୁବନେଶ୍ୱରରେ ଚାଲିଥିବା ଦୁଇଦିନିଆ ଅଲ୍‌ ଓଡ଼ିଶା ଲୟର୍ସ କନଫରେନ୍ସରେ ଯୋଗଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର।

ସେ କହିଛନ୍ତି-“କୋର୍ଟ ରୁମରେ ଏସି ନଥିବାରୁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ତେଣୁ କୋର୍ଟ ରୁମ୍‌ରେ ଏସି ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ଏହା ରାଜ୍ୟର ଦାୟିତ୍ୱ ଓ ଆମେ ନିଶ୍ଚିତ ଭାବେ ପାଳନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।”

ଗ୍ରୀଷ୍ମଋତୁରେ ସକାଳେ କୋର୍ଟ ହେଉଛି। ମାତ୍ର ଆଇନ୍‌ଜୀବୀମାନେ ଆସୁନାହାନ୍ତି। ଯାହାଦ୍ୱାରା ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁ ନାହିଁ। କାରଣ ଖୋଜିଲେ ଗରମ ଯୋଗୁଁ ଆଇନ୍‌ଜୀବୀମାନେ କୋର୍ଟକୁ ଆସିପାରୁନଥିବା ଶୁଣିବାକୁ ମିଳୁଥିଲା। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ କୋର୍ଟ ରୁମ୍‌ରେ ଏସି ଲଗାଇବା ପାଇଁ ଜଷ୍ଟିସ୍‌ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ସମ୍ମତି ଜଣାଇଛନ୍ତି।

Related story