ସାଉଣ୍ଡ, ଡିଜେ, ଲାଇଟ୍‌ ଓ ଭସାଣ ଶୋଭାଯାତ୍ରାକୁ ନେଇ କଟକଣା, କଡ଼ାକଡ଼ି ଭାବେ ପାଳନ କରିବାକୁ ତାଗିଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରା ପାଇଁ ରାଜଧାନୀ ଭୁବନେଶ୍ୱରରେ ସବୁ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। କରୋନା ଯୋଗୁ ଦୁଇ ବର୍ଷ ଧରି ପୂଜା କଟକଣା ମଧ୍ୟରେ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ଧୂମ୍‌ଧାମ୍‌ରେ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ତେବେ ତା’ ଭିତରେ ଆଜି କମିଶନରେଟ୍ ପୁଲିସ୍ ପକ୍ଷରୁ ପୂଜା ପାଇଁ ସାଉଣ୍ଡ, ଡିଜେ, ଲାଇଟ୍‌ ଓ ଭସାଣ ଶୋଭାଯାତ୍ରା ନେଇ କିଛି କଟକଣା ଜାରି କରିଛି। ଏହି କଟକଣାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ […]

Music Band

  • Published: Friday, 23 September 2022
  • , Updated: 23 September 2022, 06:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରା ପାଇଁ ରାଜଧାନୀ ଭୁବନେଶ୍ୱରରେ ସବୁ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। କରୋନା ଯୋଗୁ ଦୁଇ ବର୍ଷ ଧରି ପୂଜା କଟକଣା ମଧ୍ୟରେ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ଧୂମ୍‌ଧାମ୍‌ରେ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ତେବେ ତା’ ଭିତରେ ଆଜି କମିଶନରେଟ୍ ପୁଲିସ୍ ପକ୍ଷରୁ ପୂଜା ପାଇଁ ସାଉଣ୍ଡ, ଡିଜେ, ଲାଇଟ୍‌ ଓ ଭସାଣ ଶୋଭାଯାତ୍ରା ନେଇ କିଛି କଟକଣା ଜାରି କରିଛି। ଏହି କଟକଣାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିସିପି ପୂଜା କମିଟି, ବ୍ୟାଣ୍ଡ/ଡିଜେ ଏବଂ ମ୍ୟୁଜିକ୍‌ ପାର୍ଟି ଗୁଡ଼ିକୁ ତାଗିଦ କରିଛନ୍ତି।

ପୂଜା ମଣ୍ଡପରେ ଓ ଭସାଣ ସମୟରେ ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ରହିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂଜା ମଣ୍ଡପରେ ଓ ଭସାଣ ଶୋଭାଯାତ୍ରାରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ବକ୍ସ ଗୁଡ଼ିକରୁ ବାହାରିବାକୁ ଥିବା ଶବ୍ଦର ତୀବ୍ରତା ୬୫ ଡେସିବିଲ୍ ଟପିବନି ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।

ଭସାଣି ସମୟରେ ପ୍ରତି ପୂଜା ମଣ୍ଡପକୁ କେବଳ ଗୋଟିଏ ଲେଖାଏଁ ବ୍ୟାଣ୍ଡ ଓ ମ୍ୟୁଜିକ ପାର୍ଟି ବ୍ୟବହାର କରିବାକୁ ଅନୁମତି ଦିଆଯିବ। ୬ଟିରୁ ଅଧିକ ଟ୍ରଲି ବ୍ୟବହାର କରିପାରିବେନି। ମ୍ୟୁଜିକ ପାର୍ଟି ଗୁଡ଼ିକ ୪ରୁ ୫ଟି ସାଉଣ୍ଡ ବକ୍ସ ବ୍ୟବହାର କରିବେ। ସାଉଣ୍ଡ ଲିମିଟର ନଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବ ନାହିଁ। ଯେଉଁ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ କେବଳ ଭୁବନେଶ୍ୱର/କଟକ ଡିସିପିଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବେ କେବଳ ସେମାନଙ୍କୁ ଚଳିତ ବର୍ଷ ଦଶହରାରେ ଅନୁମତି ମିଳିବ।

ଅନ୍ୟ କାହାର ଲାଇସେନ୍ସକୁ ବ୍ୟବହାର କରି କେହି ଗୀତ ବଜାଇ ପାରିବେ ନାହିଁ। ‘ସାଇଲେନ୍ସ ଜୋନ୍‌’ (ସ୍କୁଲ୍‌, କଲେଜ, ଡାକ୍ତରଖାନା ଓ କୋର୍ଟ ଇତ୍ୟାଦି)ର ୧୦୦ ମିଟର ପରିଧି ଭିତରେ ଗୀତ ବାଜି ପାରିବ ନାହିଁ।

ଭସାଣି ଶୋଭାଯାତ୍ରା ପାଇଁ ଯେଉଁ ରାସ୍ତା ଦିଆଯାଇଛି, ତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ ଜାତୀୟ ରାଜପଥରେ ଗୀତ ପରିବେଷଣ କରିପାରିବେ ନାହିଁ। ଭସାଣି ସମୟରେ ଡିଜେ/ବ୍ୟାଣ୍ଡ ପାର୍ଟି ଗୁଡ଼ିକ ଫୋକସ୍/ଫ୍ଲାସ୍ ଲାଇଟ୍ ବ୍ୟବହାର କରିପାରିବେ ନାହିଁ।

Related story