‘ତତଲାଗଡ଼’ ଭାବେ ପରିଚିତ ଟିଟିଲାଗଡ଼ରେ ହାଡ଼ଭଙ୍ଗା ଶୀତ

ଟିଟିଲାଗଡ଼/ଭୁବନେଶ୍ୱର (ମାନସ ରଞ୍ଜନ ମହାନ୍ତି): ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଚିତ ଟିଟିଲାଗଡ଼ ଏବେ ଶୀତରେ ଥରୁଛି। ଗତକିଛି ଦିନ ହେବ ଏଠାକାର ତାପମାତ୍ରା କମିବାରେ ଲାଗିଛି। ବର୍ତ୍ତମାନ ଏଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିଅସ୍‌ ରହିଛି। ସକାଳେ ଘନ କୁହୁଡ଼ି ମଧ୍ୟ ପଡୁଛି। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଦିନ ତମାମ ଶୀତ ଅନୁଭୂତ ହେଉଥିବାରୁ ଲୋକେ ଗରମ ପୋଷାକ ବ୍ୟବହାର କରୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ଲୋକେ ନିଆଁ ପାଖରେ […]

titilagarh

Jitendra Garnayak
  • Published: Sunday, 30 December 2018
  • , Updated: 30 December 2018, 12:11 PM IST

ଟିଟିଲାଗଡ଼/ଭୁବନେଶ୍ୱର (ମାନସ ରଞ୍ଜନ ମହାନ୍ତି): ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଚିତ ଟିଟିଲାଗଡ଼ ଏବେ ଶୀତରେ ଥରୁଛି।

ଗତକିଛି ଦିନ ହେବ ଏଠାକାର ତାପମାତ୍ରା କମିବାରେ ଲାଗିଛି। ବର୍ତ୍ତମାନ ଏଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିଅସ୍‌ ରହିଛି। ସକାଳେ ଘନ କୁହୁଡ଼ି ମଧ୍ୟ ପଡୁଛି। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହେଉଛି।

ଦିନ ତମାମ ଶୀତ ଅନୁଭୂତ ହେଉଥିବାରୁ ଲୋକେ ଗରମ ପୋଷାକ ବ୍ୟବହାର କରୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ଲୋକେ ନିଆଁ ପାଖରେ ବସି ରହୁଛନ୍ତି।

ଅନ୍ୟ ପକ୍ଷରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଆଜି ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀକୁ ଖସି ଆସିଛି। ଏଠାରେ ଅନେକ ସ୍ଥାନରେ ଆଜି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଫୁଲବାଣୀରେ ତାପମାତ୍ରା ୪.୫ ଡିଗ୍ରୀକୁ ଖସି ଯାଇଛି।

ଏହା ସହିତ ଭବାନୀପାଟଣା, ତାଳଚେରଳ ଅନୁଗୋଳ ଓ କେନ୍ଦୁଝରରେ ପ୍ରବଳ ଶୀତ ହେଉଛି। ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ହାଡ଼ଭଙ୍ଗା ଶୀତ ଜାରି ରହିବ ବୋଲି ସୂଚନା ମିଳିଛି।

Related story