ପୁରୀରେ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ: କେନ୍ଦ୍ର ସରକାର ଦେଲେ ମଂଜୁରି

ପୁରୀ: ଖେଳାଳୀଙ୍କ ପାଇଁ ଏବେ ଶୁଭ ଖବର  ପୁରୀରେ ଏକ ଅର୍ନ୍ତଜାତୀୟମାନର ଷ୍ଟାଡିୟମ ନିର୍ମାଣ ହେବ। ପୁରୀ ତାଳବଣିଆଠାରେ ଜିଲ୍ଲା ପ୍ରଶାସନ ଏକ ଷ୍ଟାଡିୟମ ପାଇଁ ଡି.ପି.ଆର ପ୍ରସ୍ତୁତ କରିବା ପରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏଥିପାଇଁ ରାଜୀବି ଗାନ୍ଧୀ ଖେଳ ଯୋଜନାରେ କେନ୍ଦ୍ର ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ୭ କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଛି। ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଆଦି ଇନଡୋର ଗେମ ପାଇଁ ପ୍ଳାଟଫର୍ମ ନିର୍ମାଣ […]

stadium1

Rakesh Mallick
  • Published: Friday, 04 August 2017
  • , Updated: 04 August 2017, 07:27 PM IST

ପୁରୀ: ଖେଳାଳୀଙ୍କ ପାଇଁ ଏବେ ଶୁଭ ଖବର  ପୁରୀରେ ଏକ ଅର୍ନ୍ତଜାତୀୟମାନର ଷ୍ଟାଡିୟମ ନିର୍ମାଣ ହେବ। ପୁରୀ ତାଳବଣିଆଠାରେ ଜିଲ୍ଲା ପ୍ରଶାସନ ଏକ ଷ୍ଟାଡିୟମ ପାଇଁ ଡି.ପି.ଆର ପ୍ରସ୍ତୁତ କରିବା ପରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏଥିପାଇଁ ରାଜୀବି ଗାନ୍ଧୀ ଖେଳ ଯୋଜନାରେ କେନ୍ଦ୍ର ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ୭ କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଛି। ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଆଦି ଇନଡୋର ଗେମ ପାଇଁ ପ୍ଳାଟଫର୍ମ ନିର୍ମାଣ ହେବ।  ଖେଳାଳୀଙ୍କ ପାଇଁ ଅତ୍ୟାଧୁନିକ ଜିମ୍ ରହିବ।  ଏଥିପାଇଁ  ଡି.ପି.ଆର ପ୍ରସ୍ତୃତ ପରେ ଟେଣ୍ଡର ପ୍ରକିୟା ଆରମ୍ଭ ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ପୁରୀରେ ଗୋଟିଏ ମାତ୍ର ଇନଡୋର ଷ୍ଟାଡିୟମ ଥିଲା। କିନ୍ତୁ ସମସ୍ତ ଖେଳ ପାଇଁ ଏହା ପର୍ଯ୍ୟାପ୍ତ ହେଉ ନଥିଲା। ଫଳରେ ଜାତୀୟସ୍ତରର ଖେଳାଳୀ ପୁରୀରେ ଥିଲେ ମଧ୍ୟ ଖେଳାଳୀଙ୍କୁ ଉଚିତ ଭିତ୍ତିଭୂମି ମିଳିପାରୁ ନ ଥିଲା।  ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।  ସେପଟେ ୨୦୦୭ରୁ ରାଜ୍ୟ ସରକାର ତାଳବଣିଆରେ ଆଉ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ।

Related story