କାହା ବିରୋଧରେ ପ୍ରଚାର କରିବେ ଗମାଙ୍ଗଙ୍କ ପତ୍ନୀ, ଶୁଣନ୍ତୁ ତାଙ୍କ ମୁହଁରୁ

ଭୁବନେଶ୍ୱର: କିଛି ଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ  ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ନିଜ ଦଳ ବିଜେଡି ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାର ପରିସରକୁ ଆସିଥିଲେ।  କେବଳ ବିଜେଡି ନୁହଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ।  ଏହି ଅବସରରେ  ହେମା ଗମାଙ୍ଗ ଓଟିଭିର ଖୋଲାକଥା କାର୍ଯ୍ୟକ୍ରମକୁ ଆସିଥିଲେ। ଆଉ ବିଭିନ୍ନ ପ୍ରଶ୍ନରେ ଉତ୍ତର ଦେଇଥିଲେ। ତେବେ ସେ କେଉଁ ପ୍ରଶ୍ନରେ  କ’ଣ କ’ଣ ଉତ୍ତର […]

hema-1

Rakesh Mallick
  • Published: Saturday, 24 February 2018
  • , Updated: 25 February 2018, 05:39 PM IST

ଭୁବନେଶ୍ୱର: କିଛି ଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ  ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ନିଜ ଦଳ ବିଜେଡି ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାର ପରିସରକୁ ଆସିଥିଲେ।  କେବଳ ବିଜେଡି ନୁହଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ।  ଏହି ଅବସରରେ  ହେମା ଗମାଙ୍ଗ ଓଟିଭିର ଖୋଲାକଥା କାର୍ଯ୍ୟକ୍ରମକୁ ଆସିଥିଲେ। ଆଉ ବିଭିନ୍ନ ପ୍ରଶ୍ନରେ ଉତ୍ତର ଦେଇଥିଲେ। ତେବେ ସେ କେଉଁ ପ୍ରଶ୍ନରେ  କ’ଣ କ’ଣ ଉତ୍ତର ଦେଇଥିଲେ ଆସନ୍ତୁ ଜାଣିବା।

ପ୍ରଶ୍ନ ଥିଲା ଆପଣ ବିଜେଡିର ଅଛନ୍ତି କି ନାହିଁ? ସେ କହିଥିଲେ ମୁଁ କଉଠି ଅଛି ମୁଁ ନିଜେ ବି ଜାଣିନାହିଁ।  ବିଜେଡିରେ ଥିଲି।  ବର୍ତ୍ତମାନ ସେମାନଙ୍କ ଶାସନ ଠିକ୍‌ ନହିଁ। ଦଳରରେ ମୋ ପ୍ରତି ନିର୍ଯାତନା ବଢିଲା। ମୋତେ ସେମାନେ ୟୁଜ୍‌ ଆଣ୍ଡ ଥ୍ରୋ କଲେ। ଦଳରେ ଆମ ପ୍ରତି ଅନ୍ୟାୟ ହୋଇଛି। ଦଳରେ ଥାଇ କ’ଣ ବିଦ୍ରୋହ କରିବା ମନା ବୋଲି ସେ ପ୍ରଶ୍ନ କରିଛନ୍ତି। ମୋତେ ଟିକେଟ ଦେଇଥିଲେ ବି ଦଳ ମୋତେ ୟୁଜ୍‌ ଆଣ୍ଡ ଥ୍ରୋ କଲେ। ପ୍ରଥମ  ୬ ମାସ ମୋତେ ବିଭିନ୍ନ ସଭାକୁ ଡାକିଲେ।  ପରେ ବିଭିନ୍ନ ସଭାକୁ ଯିବା ପାଇଁ ବାରଣ କଲେ। ଏପରିକି ମୋତେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀକୁ ଯିବାକୁ ବାରଣ କଲେ। ୟୁଜ ଆଣ୍ଡ ଥ୍ରୋର ଅର୍ଥ ବୁଝାବାକୁ ଯାଇ କହିଥିଲେ ଯେ, ଆମ ପୂରା ପରିବାର ଷଡ଼ଯନ୍ତ୍ରରେ ଶିକାର ହୋଇଥିଲେ।  ରାଜ୍ୟରେ ପାଣ୍ଡିଆନ ଶାସନ ଚାଲୁଛି। କଂଗ୍ରେସରେ ମଧ୍ୟ ଆମେ ଷଡ଼ଯନ୍ତ୍ରରେ ଶିକାର ହୋଇ ଦଳରୁ ବାହାରି ଆସିଥିଲୁ। ତେବେ ବିଜେପି ଦଳକୁ ଯିବେକି ନାହିଁ ପଚାରିବାରୁ ଏ ପର୍ଯ୍ୟନ୍ତ

କୌଣସି ନିଷ୍ପିତ୍ତି ନେଇ ନାହିଁ ବୋଲି ସେ କହିଛନ୍ତି। ମୁଁ କ’ଣ କରିବି ଏକଥା ଲୋକେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ମୁଁ ଦଳରୁ ଇସ୍ତଫା ଦେବି ନାହିଁ। ସେମାନେ ମୋ ସସ୍‌ପେଣ୍ଡ କରନ୍ତୁ ବୋଲି କହିଥିଲେ।  ମୁଁ ଏଥର ବୁଲି ବୁଲି ବିଜେଡି ବିରୋଧରେ ପ୍ରଚାର କରିବି ବୋଲି ସେ କହିଥିଲେ।

https://youtu.be/K0KAJ4r4QLI

Related story