ରାଜ୍ୟରେ ସହଜ ହେବ ପୁଞ୍ଜିନିବେଶ: ଏଣିକି ସମୟ ଗଡ଼ିଗଲେ, ପ୍ରକଳ୍ପକୁ ମିଳିବ ଡିମ୍‌ଡ ଆପ୍ରୁଭାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଞ୍ଜିନିବେଶ ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୨୦୨୦ ମସିହାରେ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ନିଜର ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ସରଳ କରିଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା କୌଶଳ ପ୍ରୟୋଗ କରି ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ଅଧିକ ସମନ୍ୱିତ ଓ ସଂଯୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଏଣକି ପୁଞ୍ଜିନିବେଶକାରୀଙ୍କ ଦରଖାସ୍ତଗ୍ରହଣଠୁ ଆରମ୍ଭ କରି ସମସ୍ତ ସେବା ଯୋଗାଣ, ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକୁ […]

Suresh Chandra Mohapatra

Suresh Chandra Mohapatra

Manoranjan Sial
  • Published: Friday, 29 January 2021
  • Updated: 29 January 2021, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଞ୍ଜିନିବେଶ ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୨୦୨୦ ମସିହାରେ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ନିଜର ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ସରଳ କରିଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା କୌଶଳ ପ୍ରୟୋଗ କରି ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ଅଧିକ ସମନ୍ୱିତ ଓ ସଂଯୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଏଣକି ପୁଞ୍ଜିନିବେଶକାରୀଙ୍କ ଦରଖାସ୍ତଗ୍ରହଣଠୁ ଆରମ୍ଭ କରି ସମସ୍ତ ସେବା ଯୋଗାଣ, ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକୁ ଏହି ପୋର୍ଟାଲ ସହ ସଂଯୋଗ କରାଯିବ।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ ବ୍ୟବସ୍ତାକୁ ଅଧିକ କ୍ରିୟାଶୀଳ ଓ ପୋଷାଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଜିଲ୍ଲାପାଳମାନଙ୍କ ଭୂମିକା ମଧ୍ୟ ଅଧିକ ସମ୍ପ୍ରସାରିତ ଓ ବ୍ୟାପକ କରାଯିବ। ପୁଞ୍ଜିନିବେଶକାରୀ ବଡ଼ ବଡ଼ ଶିଳ୍ପ ସଂସ୍ଥା, ଏମଏସଏମଇ ଉଦ୍ୟୋଗପତିମାନଙ୍କୁ ଯେପରି କୌଣସି ପ୍ରମାଣପତ୍ର ବା ଅନୁମୋଦନ ପାଇଁ କୌଣସି ସରକାରୀ ଅଫିସକୁ ଦୌଡ଼ିବାକୁ ନପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବିଭାଗ ଯଦି ଅନୁମତି ବା ଅନୁମୋଦନ ନଦେଲେ ତା’ହେଲେ ଏହି ଉନ୍ନୀତ ପୋର୍ଟାଲରେ ଏକ ‘ଡିମଡ ଆପ୍ରୁଭାଲ’ ବ୍ୟବସ୍ଥା ରହିବ। ସମୟସୀମା ଅତିକ୍ରମ କରିବା ପରେ ପୋର୍ଟାଲ ଏହି ସ୍ୱଂୟକ୍ରିୟ ଅନୁମୋଦନକୁ ସମ୍ପୃକ୍ତ ଆବେଦନକାରୀଙ୍କୁ ପଠାଇ ଦେବ।

ସୂଚନାଯୋଗ୍ୟ, ଓଡ଼ିଶା ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାର ‘ଗୋ-ସ୍ପିଫ୍ଟ ପୋର୍ଟାଲ’ ୨୦୨୦ ମସିହା ପାଇଁ ଜାତୀୟସ୍ତରରେ ଇ-ଗଭର୍ଣ୍ଣାନ୍ସ ଆୱାର୍ଡ ପାଇଛି। ସିଙ୍ଗଲୱିଣ୍ଡୋର ଉନ୍ନୀତ ସଂସ୍କରଣ ରାଜ୍ୟରେ ବ୍ୟବସାୟ ଅନୁକୂଳ ବାତାବରଣକୁ ଅଧିକ ଫଳପ୍ରଦ କରିବ ବୋଲି ସମୀକ୍ଷା ବୈଠକରେ ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ପୋର୍ଟାଲର ପ୍ରସ୍ତୁତି ଓ ପରୀକ୍ଷା ସାରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ବିଭାଗ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ମନୋନୀତ କରିବେ ଓ ସେମାନେ ଇପିକଲ ସହ ମିଶି ପୋର୍ଟାଲ ପ୍ରସ୍ତୁତିରେ ସହଯୋଗ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos