କଟକ(ଓଡ଼ିଶା ରିପୋର୍ଟର) :କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନିରେ ମାଆ ଝିଅଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ସାଇଣ୍ଟିଫିକ୍ ଟିମ୍, ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ମିଳିଥିବା ବେଳେ କ୍ଷତାକ୍ତ ଅବସ୍ଥାରେ ଝିଅର ମୃତଦେହ ବେଡ୍ ରୁମରୁ ଉଦ୍ଧାର ହୋଇଥିଲା। ମୃତକଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ୭ ମାସ ଧରି କୁନି ଝିଅର ମୁଣ୍ଡରେ ସମସ୍ୟା ଥିବାରୁ ଅପରେସନ୍ କରାଯାଇଥିଲା । ତଥାପି ଝିଅର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ମାନସିକ ଚାପରେ ଥିଲେ ମାଆ ବନସ୍ମିତା ଓଝା ।
ଏହି କାରଣରୁ ପ୍ରଥମେ ଝିଅକୁ ହତ୍ୟା କରିବା ପରେ ସେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ହାଇକୋର୍ଟ ଛକ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀ ହେଉଛନ୍ତି ବନସ୍ମିତା । ଘଟଣା ସମୟରେ ସ୍ୱାମୀ ଘରେ ନ ଥିଲେ। ବଡ଼ ଝିଅକୁ ପଡ଼ିଶା ଘରକୁ ଖେଳିବାକୁ ପଠାଇ ଦେଇ ବନସ୍ମିତା ଏପରି କରିଥିବା ସନ୍ଦେହ କରୁଛନ୍ତି ସଂପର୍କୀୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।