୧୭.୫୯ ଲକ୍ଷ କୋଟି ଟଙ୍କାର ନିବେଶକୁ ମିଳିଛି ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ, ବାସ୍ତବତା ଶୂନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜିନିବେଶକୁ ନେଇ ରାଜ୍ୟ ସରକାର ସୁଚିନ୍ତିତ ଢଙ୍ଗରେ ଗୋଲାପୀ ଚିତ୍ର ଆଙ୍କୁଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ସେହି ପୁଞ୍ଜିନିବେଶର ସୁଫଳ ରାଜ୍ୟବାସୀ ବା ରାଜ୍ୟର ବେକାର ଯୁବବର୍ଗଙ୍କୁ ମିଳିପାରିନି । ଓଡ଼ିଶା ଏବେ ପୁଞ୍ଜିନିବେଶକଙ୍କ ପ୍ରଥମ ପସନ୍ଦ ବୋଲି କହି ଆତ୍ମ ପ୍ରଚାର କରୁଥିବା ବିଜେଡି ସରକାର ରାଜ୍ୟରେ ଅଧିକ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ବେକାରୀ ସମସ୍ୟାକୁ ଦୂର କରିବାରେ ବିଫଳ ଥିବାବେଳେ ଏପର୍ଯ୍ୟନ୍ତ ୧୭ଲକ୍ଷ ୫୯ହଜାର ୮୬୭ କୋଟି […]

Pratap Dev

Pratap Dev

Ordigital Desk
  • Published: Friday, 29 July 2022
  • Updated: 29 July 2022, 09:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜିନିବେଶକୁ ନେଇ ରାଜ୍ୟ ସରକାର ସୁଚିନ୍ତିତ ଢଙ୍ଗରେ ଗୋଲାପୀ ଚିତ୍ର ଆଙ୍କୁଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ସେହି ପୁଞ୍ଜିନିବେଶର ସୁଫଳ ରାଜ୍ୟବାସୀ ବା ରାଜ୍ୟର ବେକାର ଯୁବବର୍ଗଙ୍କୁ ମିଳିପାରିନି । ଓଡ଼ିଶା ଏବେ ପୁଞ୍ଜିନିବେଶକଙ୍କ ପ୍ରଥମ ପସନ୍ଦ ବୋଲି କହି ଆତ୍ମ ପ୍ରଚାର କରୁଥିବା ବିଜେଡି ସରକାର ରାଜ୍ୟରେ ଅଧିକ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ବେକାରୀ ସମସ୍ୟାକୁ ଦୂର କରିବାରେ ବିଫଳ ଥିବାବେଳେ ଏପର୍ଯ୍ୟନ୍ତ ୧୭ଲକ୍ଷ ୫୯ହଜାର ୮୬୭ କୋଟି ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଦେଇଥିବା ଜଣାପଡ଼ିଛି । ଆଉ ଏହା ଦ୍ୱାରା ୬.୯୪ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି । ଯଦି ଏହା ବାସ୍ତବତାର ରୂପ ନିଅନ୍ତା, ଓଡ଼ିଶାରେ ବେକାରୀ ସମସ୍ୟା ଅନେକାଂଶରେ ଦୂର ହେବା ସହ ଓଡ଼ିଶା ଦେଶର ପ୍ରମୁଖ ବିକଶିତ ରାଜ୍ୟ ଭାବେ ପରିଗଣିତ ହୋଇପାରନ୍ତା ।

ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆନ୍ତର୍ଜାତିକ ଓ ସର୍ବଭାରତୀୟସ୍ତର କମ୍ପାନୀମାନଙ୍କ ଦ୍ୱାରା ଶିଳ୍ପ ସ୍ଥାପନ ପାଇଁ ଦାଖଲ ପ୍ରସ୍ତାବ ମଧ୍ୟରୁ ରାଜ୍ୟ ସରକାର ସିଙ୍ଗଲୱିଣ୍ଡୋ ପ୍ରଣାଳୀ ମାଧ୍ୟମରେ ଚଳିତବର୍ଷ ଜୁନ୍ ମାସ ସୁଦ୍ଧା ୬୪୯ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ୧୭ଲକ୍ଷ ୫୯ହଜାର ୮୬୭.୧୧ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୬ଲକ୍ଷ ୯୪ହଜାର ୪୪୫ଟି ନିଯୁକ୍ତିର ଆକଳନ କରାଯାଇଛି ।

ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପ ମଧ୍ୟରେ ସର୍ବାଧିକ ୮ଲକ୍ଷ ୪ହଜାର ୮୧୭କୋଟି ଟଙ୍କାର ପୁଞ୍ଜିନିବେଶ ଷ୍ଟିଲ ଓ ପେଲେଟାଇଜେସ୍ କ୍ଷେତ୍ରରେ ୧୮୩ଟି ପ୍ରକଳ୍ପରେ ବିନିଯୋଗ ହେବ । ଏହା ଦ୍ୱାରା ୩ଲକ୍ଷ ୨୫ହଜାର ୯୩୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ୨ଲକ୍ଷ ୮୮ହଜାର ୪୧୩ କୋଟି ଟଙ୍କାର ପୁଞ୍ଜିନିବେଶ ଶକ୍ତି କ୍ଷେତ୍ରରେ ୬୫ଟି ପ୍ରକଳ୍ପରେ ବିନିଯୋଗ ହେବ ଓ ୨୪୩୬୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ୨ଲକ୍ଷ ୪ହଜାର ୩୨୫କୋଟି ଟଙ୍କାର ଆଲୁମିନା ଓ ଆଲୁମିନିୟମ କ୍ଷେତ୍ରରେ ୧୫ଟି ପ୍ରକଳ୍ପରେ ବିନିଯୋଗ ହେବ । ଏହା ଦ୍ୱାରା ୬୭୧୮୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ୧ଲକ୍ଷ ୩୮ହଜାର ୫୪୯କୋଟି ଟଙ୍କା ମିନେରାଲସ, କୋଲ୍‌, ଗ୍ୟାସଫିକେସନ୍‌, ହେଲଥକେୟାର, କେମିକାଲସ୍ , ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୧୦୭ଟି ପ୍ରକଳ୍ପରେ ବିନିଯୋଗ ହେବ ଓ ଏଥିରେ ୮୭୬୭୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos