ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କଲା ଇଣ୍ଡିଆନ ଅଏଲ କର୍ପୋରେସନ୍‌(ଆଇଓସିଏଲ୍‌)।  ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ଲେଖାଏଁ ସହାୟତା। ଗୁରୁତର ଆହତଙ୍କୁ ୪ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଆଇଓସିଏଲ୍‌ ଏହି ସହାୟତା ପ୍ରଦାନ କରିଛି। ସୂଚନାରୁ ପ୍ରକାଶ, ଗତକାଲି ଆଇଓସିଏଲ୍‌ ପେଟ୍ରୋଲ ପମ୍ପରେ ଘଟିଥିଲା ଭୟଙ୍କର […]

iocl

iocl

Manoranjan Sial
  • Published: Thursday, 08 October 2020
  • Updated: 08 October 2020, 04:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କଲା ଇଣ୍ଡିଆନ ଅଏଲ କର୍ପୋରେସନ୍‌(ଆଇଓସିଏଲ୍‌)।  ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ଲେଖାଏଁ ସହାୟତା। ଗୁରୁତର ଆହତଙ୍କୁ ୪ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଆଇଓସିଏଲ୍‌ ଏହି ସହାୟତା ପ୍ରଦାନ କରିଛି।

ସୂଚନାରୁ ପ୍ରକାଶ, ଗତକାଲି ଆଇଓସିଏଲ୍‌ ପେଟ୍ରୋଲ ପମ୍ପରେ ଘଟିଥିଲା ଭୟଙ୍କର ବିସ୍ପୋରଣ। ଏଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ପୁଲିସ କମିଶନରଙ୍କ ସୂଚନା ଅନୁସାରେ ସେଠାରେ ୪ ଜଣ କାମ କରୁଥିବା ଥିଲେ। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧୀନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି। ଚତୁର୍ଥ ବ୍ୟକ୍ତିଙ୍କର ସୂଚନା ମିଳୁନି, ସେ ନିରୁଦ୍ଦିଷ୍ଟ ରହିଥିବା କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos